ବ୍ରହ୍ମପୁର ଟ୍ରାଫିକ୍ ପୁଲିସଙ୍କୁ ଆକ୍ରମଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନଥାନା ପୋଲିସ।ଦୁଇ ଅଭିଯୁକ୍ତ ଅନନ୍ତ କେଶରୀ ଦେବ ଏବଂ ଶିବରାମ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ଏହାସହ ଘଟଣା ରେ ସମ୍ପୃକ୍ତ KIA କାର୍ଟିକୁ ମଧ୍ୟ ଜବତ କରାଯାଇଛି।
ଘଟଣାରେ ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ASI ନିଗମ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ସୁଚନା ଗେଟ୍ ବଜାର ଫ୍ଲାଏଓଭର କାମ ଚାଲୁଥିବାରୁ ବିଶାଳ ଛକରେ ‘ନୋ ଏଣ୍ଟ୍ରି’ ଟ୍ରାଫିକ୍ ନିୟମ ଲାଗୁ ହୋଇଥିଲା। ଏହି ସମୟରେ OD-02-CY-4924 ନମ୍ବରର ଏକ KIA କାର୍ ନିୟମ ଉଲ୍ଲଂଘନ କରି ଆଗକୁ ଯିବାକୁ ଚେଷ୍ଟା କରିଥିଲା।

ଟ୍ରାଫିକ୍ କନଷ୍ଟେବଳ ଆର୍. ସଦାନନ୍ଦ ଗାଡ଼ିକୁ ଅଟକାଇବାରୁ ଗାଡ଼ିରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପରେ ଗାଡ଼ିଟି ଭିଶାଲ ମେଗା ମାର୍ଟ ‘ନୋ ଏଣ୍ଟ୍ରି’ ରାସ୍ତାରେ ଯିବାକୁ ଚେଷ୍ଟା କରିବା ବେଳେ ଟ୍ରାଫିକ୍ କନଷ୍ଟେବଳ ସୁକୁମାରୀ ମଲ୍ଲିକ ଅଟକାଇଥିଲେ। ତାଙ୍କ ସହ ମଧ୍ୟ ଅଭିଯୁକ୍ତମାନେ ଦୁର୍ବ୍ୟବହାର ଓ ମାରପିଟ୍ କରିଥିବା ଅଭିଯୋଗ ରହିଛି।
ଘଟଣା ପରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଦୁଇ ଅଭିଯୁକ୍ତ ଅନନ୍ତ କେଶରୀ ଦେବ ଏବଂ ଶିବରାମ ପ୍ରଧାନଙ୍କୁ ଗିରଫ କରିଛି। ଏହାସହ ସମ୍ପୃକ୍ତ KIA କାର୍ଟିକୁ ମଧ୍ୟ ଜବତ କରାଯାଇଛି।
ଘଟଣାରେ ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ASI ନିଗମ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।














