ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିକଟସ୍ଥ ନିୟତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ IOCLର ଓଡ଼ିଶା ଚିଫ୍ ଜେନେରାଲ୍ ମ୍ୟାନେଜର ନାରୋ ଟୁଣ୍ଡୁକଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ। ଗ୍ୟାସ ବିତରକଙ୍କ ସୁବିଧା ପାଇଁ ଏହି ଗାଡ଼ିଗୁଡ଼ିକୁ ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ନିୟତି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ୍ସଟ୍ରାଲାଇଟ୍ ଗ୍ୟାସର ସୁବିଧା ଓ ସହଜ ଉପଲବ୍ଧତା କ୍ଷେତ୍ରରେ ନିୟତି ହାସଲ କରିଥିବା ସଫଳତାକୁ IOCL ମୁଖ୍ୟ ପ୍ରଶଂସା କରିଥିଲେ।
ଅନ୍ୟପଟେ, ଗୋପାଳପୁରଠାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଅଞ୍ଚଳର ଧୀବରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ଜଳପଥରେ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ଡିଜେଲ୍ ଓ ପେଟ୍ରୋଲଚାଳିତ ବୋଟ୍ରେ ବ୍ୟବହୃତ ଇଞ୍ଜିନ୍ ବଦଳରେ ଗ୍ୟାସଚାଳିତ ଇଞ୍ଜିନ୍ ପ୍ରଚଳନ କରିବାକୁ IOCL ପକ୍ଷରୁ ପଦକ୍ଷେପ ନିଆଯାଉଛି।
ଏହି ପରିପ୍ରେକ୍ଷୀରେ ଗ୍ୟାସଚାଳିତ ଇଞ୍ଜିନ୍ର ଉପକାରିତା ଓ ଏହାର ବ୍ୟବହାର ସମ୍ପର୍କରେ ଧୀବରମାନଙ୍କ ସହ IOCLର ସ୍ୱତନ୍ତ୍ର ଟିମ୍ ଆଲୋଚନା କରିଥିଲେ। ଏହି ପଦକ୍ଷେପ ସଫଳ ହେଲେ ଜଳପଥରେ ପ୍ରଦୂଷଣ ହ୍ରାସ ସହ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ବୋଲି ଆସା କରାଯାଉଛି।

















