ଆଜି ଘରେ ଘରେ… “ନାନୀ, ତୋର ଆଇଲା କିଲ?”

Spread the love      ଘରେ ଘରେ ଚର୍ଚ୍ଚା, ମୋବାଇଲରେ ଖୋଜାଖୋଜି, ଆଉ ମୁହଁରେ ଗୋଟିଏ ପ୍ରଶ୍ନ— “ନାନୀ, ତୋର ଆଇଲା କିଲୋ?” ଆଜି ରକ୍ଷା ବନ୍ଧନ। ଭାଇ-ଭଉଣୀର ସ୍ନେହର ପର୍ବ। ହେଲେ ଏଥର ଓଡ଼ିଶାର ଅନେକ ଘରେ ରାକ୍ଷୀ ସହ ଆଉ ଗୋଟିଏ କଥାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ସେଇଟା ହେଉଛି—“ସୁଭଦ୍ରା ଟଙ୍କା ଆଇଲା କି?” କିଛି ଦିନର ବ୍ୟବଧାନ ପରେ ଆଜି ରାଜ୍ୟ ସରକାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ…

Spread the love

ଘରେ ଘରେ ଚର୍ଚ୍ଚା, ମୋବାଇଲରେ ଖୋଜାଖୋଜି, ଆଉ ମୁହଁରେ ଗୋଟିଏ ପ୍ରଶ୍ନ— “ନାନୀ, ତୋର ଆଇଲା କିଲୋ?”

ଆଜି ରକ୍ଷା ବନ୍ଧନ। ଭାଇ-ଭଉଣୀର ସ୍ନେହର ପର୍ବ। ହେଲେ ଏଥର ଓଡ଼ିଶାର ଅନେକ ଘରେ ରାକ୍ଷୀ ସହ ଆଉ ଗୋଟିଏ କଥାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ସେଇଟା ହେଉଛି—“ସୁଭଦ୍ରା ଟଙ୍କା ଆଇଲା କି?”

କିଛି ଦିନର ବ୍ୟବଧାନ ପରେ ଆଜି ରାଜ୍ୟ ସରକାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ମିଳୁଥିବା ବେଳେ ୧ କୋଟିରୁ ଅଧିକ ମହିଳାଙ୍କୁ ଏହି ଟଙ୍କା ଡିବିଟି ଜରିଆରେ ଦିଆଯାଇଛି।

ବାସ୍‌, ଟଙ୍କା ଆସିବା ପରେ ଗାଁଠୁ ସହର—ସବୁଠି ଆରମ୍ଭ ହୋଇଯାଇଛି ଗୋଟିଏ ନୂଆ ଧରଣର “ଆକାଉଣ୍ଟ ଚେକ୍ ଅଭିଯାନ”। କିଏ ମୋବାଇଲ୍‌ ଧରି ମେସେଜ୍ ଖୋଜୁଛନ୍ତି, କିଏ ବ୍ୟାଙ୍କ ଆପ୍ ଖୋଲୁଛନ୍ତି, ଆଉ କିଏ ପୁଣି ସିଧା ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ଫୋନ୍ କରି ପଚାରୁଛନ୍ତି—“ନାନୀ, ତୋର ଆଇଲା କିଲୋ?”

ଆଉ ଏହି ଗୋଟିଏ ପ୍ରଶ୍ନରେ ଆଜି ଲୁଚିଛି ଘରୋଇ ଚର୍ଚ୍ଚାର ପୂରା ପୁରାଣ!

କାହାର ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଛି, ତ କାହାର ଆକାଉଣ୍ଟରେ ଏବେ ବି ଟଙ୍କା ପହଞ୍ଚିନାହିଁ। ଫଳରେ କିଏ ଖୁସିରେ କହୁଛନ୍ତି—“ଆଇଗଲା ରେ!” ଆଉ କିଏ ପୁଣି ପଡ଼ୋଶୀଙ୍କୁ ପଚାରୁଛନ୍ତି—“ତୋର ଆସିଲା, ମୋର କାହିଁକି ନାଇଁ?”

ରାକ୍ଷୀ ବାନ୍ଧିବା ପୂର୍ବରୁ ମୋବାଇଲ୍‌ ଚେକ୍, ରାକ୍ଷୀ ପରେ ବ୍ୟାଙ୍କ ବାଲାନ୍ସ ଚେକ୍—ଆଜି ମହିଳାଙ୍କ ମଧ୍ୟରେ ଏହା ଯେମିତି ଗୋଟିଏ ଘରୋଇ ଟ୍ରେଣ୍ଡ ପାଲଟିଯାଇଛି।

ତେବେ ଟଙ୍କା ନଆସିଥିବା ହିତାଧିକାରୀମାନେ ମଧ୍ୟ ଚିନ୍ତା ନକରି ନିଜ ଯୋଗ୍ୟତା, ଇ-କେୱାଇସି, ଆଧାର ସଂଯୋଗ ଓ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ।

କାରଣ ଆଜିର ଦିନରେ ଓଡ଼ିଶାର ଅନେକ ଘରେ ରାକ୍ଷୀର ମିଠା ଠାରୁ ଆରମ୍ଭ କରି ମୋବାଇଲ୍‌ର ବ୍ୟାଙ୍କ ମେସେଜ୍ ପର୍ଯ୍ୟନ୍ତ—ସବୁଠି ଗୋଟିଏ କଥାର ଚର୍ଚ୍ଚା…

“ନାନୀ… ତୋର ଆଇଲା କିଲୋ?”

ଟଙ୍କା ଆସିଲା ତ ଖୁସି, ନଆସିଲା ତ ପ୍ରଶ୍ନ—
ସୁଭଦ୍ରାର ଟଙ୍କାକୁ ନେଇ ଆଜି ଘରେ ଘରେ ଏହି ହିଁ ଚର୍ଚ୍ଚା!

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor