ମଶା ପାଇଁ ମ୍ୟୁଜିୟମ୍‌, ଭାରତରେ ପ୍ରଥମ! ସଂରକ୍ଷିତ ରହିଛି ୧ ଲକ୍ଷ ୫୫ ହଜାରରୁ ଅଧିକ ମଶା ନମୁନା

Spread the love      ପୁଡୁଚେରୀ: ମଶା କଥା ଶୁଣିଲେ ସାଧାରଣତଃ ମନକୁ ଆସେ ଡେଙ୍ଗୁ, ମାଲେରିଆ କିମ୍ବା ଚିକନଗୁନିଆ ଭଳି ରୋଗ। ମଶାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ଏବେ ମଶାଙ୍କୁ ସାଇତି ରଖିବା ପାଇଁ ଭାରତରେ ତିଆରି ହୋଇଛି ଏକ ନିଆରା ସଂଗ୍ରହାଳୟ। ପୁଡୁଚେରୀସ୍ଥିତ **ଆଇସିଏମ୍‌ଆର୍‌-ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (VCRC)**ରେ ପ୍ରତିଷ୍ଠା ହୋଇଛି ନ୍ୟାସନାଲ ମସ୍କିଟୋ ରେଫରେନ୍ସ କଲେକ୍ସନ୍। ଏହାକୁ ଦେଶର ମଶା ସମ୍ବନ୍ଧୀୟ ଏକ ପ୍ରମୁଖ ବୈଜ୍ଞାନିକ ସଂଗ୍ରହ କେନ୍ଦ୍ର…

Spread the love

ପୁଡୁଚେରୀ: ମଶା କଥା ଶୁଣିଲେ ସାଧାରଣତଃ ମନକୁ ଆସେ ଡେଙ୍ଗୁ, ମାଲେରିଆ କିମ୍ବା ଚିକନଗୁନିଆ ଭଳି ରୋଗ। ମଶାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ଏବେ ମଶାଙ୍କୁ ସାଇତି ରଖିବା ପାଇଁ ଭାରତରେ ତିଆରି ହୋଇଛି ଏକ ନିଆରା ସଂଗ୍ରହାଳୟ। ପୁଡୁଚେରୀସ୍ଥିତ **ଆଇସିଏମ୍‌ଆର୍‌-ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (VCRC)**ରେ ପ୍ରତିଷ୍ଠା ହୋଇଛି ନ୍ୟାସନାଲ ମସ୍କିଟୋ ରେଫରେନ୍ସ କଲେକ୍ସନ୍। ଏହାକୁ ଦେଶର ମଶା ସମ୍ବନ୍ଧୀୟ ଏକ ପ୍ରମୁଖ ବୈଜ୍ଞାନିକ ସଂଗ୍ରହ କେନ୍ଦ୍ର ଭାବେ ଦେଖାଯାଉଛି। ସମଗ୍ର ଭାରତରେ ଲିପିବଦ୍ଧ ହୋଇଥିବା ୪୨୩ ପ୍ରଜାତିର ମଶା ମଧ୍ୟରୁ ପ୍ରାୟ ୩୬୩ ପ୍ରଜାତି, ଅର୍ଥାତ୍ ପ୍ରାୟ ୮୫ ପ୍ରତିଶତ ପ୍ରଜାତିର ନମୁନା ଏହି କେନ୍ଦ୍ରରେ ସଂରକ୍ଷିତ ରହିଛି। ଏଠାରେ ମୋଟ ୧ ଲକ୍ଷ ୫୫ ହଜାର ୬୩୬ଟି ପୂର୍ଣ୍ଣାଙ୍ଗ ମଶା ନମୁନା ସାଇତି ରଖାଯାଇଛି। କେବଳ ପୂର୍ଣ୍ଣାଙ୍ଗ ମଶା ନୁହେଁ, ଏହି ସଂଗ୍ରହରେ ୨୧ ହଜାରରୁ ଅଧିକ ଲାର୍ଭା ନମୁନା ଏବଂ ହଜାର ହଜାର ଜୈବିକ ସ୍ଲାଇଡ୍‌ ମଧ୍ୟ ସୁରକ୍ଷିତ ରହିଛି। ବୈଜ୍ଞାନିକମାନେ ଏହି ଗବେଷଣା ମାଧ୍ୟମରେ ୧୭ଟି ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମଶା ଚିହ୍ନଟ କରିଥିବା ବେଳେ, ଭାରତରେ ପୂର୍ବରୁ ଲିପିବଦ୍ଧ ହୋଇନଥିବା ୪୩ଟି ପ୍ରଜାତିକୁ ମଧ୍ୟ ଚିହ୍ନଟ କରାଯାଇଛି। ଏହି ମଶା ନମୁନାଗୁଡ଼ିକୁ ସ୍ୱତନ୍ତ୍ର କୀଟ-ବାକ୍ସରେ ନିୟନ୍ତ୍ରିତ ତାପମାତ୍ରା ଓ ଆର୍ଦ୍ରତା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି। କିଛି ନମୁନାକୁ ବିଶେଷ ଷ୍ଟକ୍‌ ଭାଏଲରେ ସଂରକ୍ଷଣ କରାଯାଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ସବୁ ମଶା ରୋଗବାହକ ନୁହନ୍ତି। ଭିନ୍ନ ଭିନ୍ନ ପ୍ରଜାତିର ମଶାଙ୍କର ଭିନ୍ନ ପ୍ରକୃତି ଓ ଜୀବନଚକ୍ର ରହିଛି। ତେଣୁ ସଠିକ୍ ଭାବେ ମଶାଙ୍କୁ ଚିହ୍ନଟ କରିବା ରୋଗ ନିୟନ୍ତ୍ରଣ ଏବଂ ଜନସ୍ୱାସ୍ଥ୍ୟ ଗବେଷଣା ପାଇଁ ଅତ୍ୟନ୍ତ ଜରୁରୀ। ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞାନିକଙ୍କ ପାଇଁ ଏହି ମଶା ସଂଗ୍ରହାଳୟ ଏକ ବିଶାଳ ଜ୍ଞାନଭଣ୍ଡାର। ମଶାର ଜୀବନଚକ୍ର, ଜୈବ ବିବିଧତା ଓ ରୋଗବାହକ ପ୍ରଜାତି ସମ୍ପର୍କରେ ଗଭୀର ଅଧ୍ୟୟନ ପାଇଁ ଏହି କେନ୍ଦ୍ର ବେଶ୍‌ ସହାୟକ ହେଉଛି। ମଶା ଭଳି ଏକ ଛୋଟ କୀଟକୁ ନେଇ ଏତେ ବିଶାଳ ବୈଜ୍ଞାନିକ ସଂଗ୍ରହ ତିଆରି ହେବା ନିଶ୍ଚୟ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଏକ ଅନନ୍ୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor