ବନ୍ଦକୁ ବଳ ଦେଲେ ଜନତା, ସରକାର ବିରୋଧରେ ଗର୍ଜିଲା ବିରୋଧୀ ଶିବିର!

Spread the love       ବନ୍ଦକୁ ବଳ ଦେଲେ ଜନତା, ସରକାର ବିରୋଧରେ ଗର୍ଜିଲା ବିରୋଧୀ ଶିବିର! ବ୍ରହ୍ମପୁର: MMDR 2026 ବାତିଲ, ଭୋଟ ଚୋରି ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ବରଖାସ୍ତ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବିରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦକୁ ଜିଲ୍ଲାବାସୀ ସଫଳ କରିଥିବା ଦାବି କରିଛି ସିପିଏମ। ବନ୍ଦକୁ ସମର୍ଥନ ଦେଇଥିବା ଜନସାଧାରଣଙ୍କୁ ସିପିଏମ ପକ୍ଷରୁ କୃତଜ୍ଞତା ଜ୍ଞାପନ…

Spread the love
  1. ବନ୍ଦକୁ ବଳ ଦେଲେ ଜନତା, ସରକାର ବିରୋଧରେ ଗର୍ଜିଲା ବିରୋଧୀ ଶିବିର!

ବ୍ରହ୍ମପୁର: MMDR 2026 ବାତିଲ, ଭୋଟ ଚୋରି ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ବରଖାସ୍ତ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବିରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦକୁ ଜିଲ୍ଲାବାସୀ ସଫଳ କରିଥିବା ଦାବି କରିଛି ସିପିଏମ।

ବନ୍ଦକୁ ସମର୍ଥନ ଦେଇଥିବା ଜନସାଧାରଣଙ୍କୁ ସିପିଏମ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଓଡ଼ିଶାବାସୀଙ୍କ ଶିକ୍ଷା, ସମ୍ବଳ ଓ ଜମି ଅଧିକାରର ଲଢ଼େଇକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦିଆଯାଇଛି।

ଭୋଟ ଚୋରି ଅଭିଯୋଗକୁ ନେଇ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବିରେ ନାଗରିକମାନଙ୍କୁ ଏକଜୁଟ ହେବାକୁ ମଧ୍ୟ ଆହ୍ୱାନ ଦେଇଛି ଦଳ।

ବ୍ରହ୍ମପୁରରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଇଣ୍ଡିଆ ବ୍ଲକର ୧୦ଟି ରାଜନୈତିକ ଦଳର ଓଡ଼ିଶା ବନ୍ଦ ଅବସରରେ ବ୍ରହ୍ମପୁର ସହରରେ କଂଗ୍ରେସ, ସିପିଏମ ଓ ସିପିଆଇ ପକ୍ଷରୁ ପିକେଟିଂ, ଧାରଣା ଓ ଶୋଭାଯାତ୍ରା କରାଯାଇଥିଲା।

ରେଳ ଷ୍ଟେସନ, ପୋଷ୍ଟ ଅଫିସ, ବ୍ୟାଙ୍କ, ଜିଲ୍ଲା କୋର୍ଟ, ଟାଟା ପାୱାର, ନଗର ନିଗମ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସ ଓ ଦୋକାନ ବଜାରରେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଥିଲେ ଦଳୀୟ କର୍ମୀ।

ଏକାଠି ହେଲେ ବାମ ଓ କଂଗ୍ରେସ ନେତା

କାର୍ଯ୍ୟକ୍ରମରେ ସିପିଏମର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଗୋକୁଳ ତ୍ରିପାଠୀ, ଗୋପାଳ ପଣିଗ୍ରାହୀ, ବାବୁଲା ନାୟକ, ମଧୁ ବେହେରା, କେଶବ ଗୌଡ଼, ରାଜା ରାଓ, ହରି ନାହାକ, ଚିଟି ବାବୁ, ଛାତ୍ର ନେତା ଲକି ଛୋଟରାୟ, ପ୍ରଶାନ୍ତ ଶତପଥୀ, ସିପିଆଇ ନେତା ପ୍ରଦୀପ ସେଠୀ, କାମଦେବ ନାହାକ, ପ୍ରଫୁଲ୍ଲ ଜେନା ଏବଂ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ବୃନ୍ଦାବନ ଖଟେଇ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor