ହଳଦିଆପଦର ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା! କାର୍‌ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତ

Spread the love      ବ୍ରହ୍ମପୁର: ହଳଦିଆପଦର ବସଷ୍ଟାଣ୍ଡ ଓଭରବ୍ରିଜ୍‌ ଉପରେ ଭୋର୍‌ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ମୋଟରସାଇକେଲ୍‌କୁ ପଛପଟୁ ଦ୍ରୁତଗତିରେ ଆସୁଥିବା କାର୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ମୋଟରସାଇକେଲ୍‌ରେ ଯାତ୍ରା କରୁଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନା…

Spread the love

ବ୍ରହ୍ମପୁର: ହଳଦିଆପଦର ବସଷ୍ଟାଣ୍ଡ ଓଭରବ୍ରିଜ୍‌ ଉପରେ ଭୋର୍‌ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ମୋଟରସାଇକେଲ୍‌କୁ ପଛପଟୁ ଦ୍ରୁତଗତିରେ ଆସୁଥିବା କାର୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ମୋଟରସାଇକେଲ୍‌ରେ ଯାତ୍ରା କରୁଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଉଭୟ ଯୁବକ ଗଞ୍ଜାମ ଜିଲ୍ଲାର ରାମପଲ୍ଲୀ ଗ୍ରାମର ବାସିନ୍ଦା। ସେମାନେ ଯାତ୍ରା ମଞ୍ଚରେ ଅଭିନୟ କରୁଥିବା ବେଳେ ଚିକରଡ଼ାରୁ କାର୍ଯ୍ୟକ୍ରମ ସାରି ମୋଟରସାଇକେଲ୍‌ ଯୋଗେ ଫେରୁଥିଲେ। ଏହି ସମୟରେ ହଳଦିଆପଦର ବସଷ୍ଟାଣ୍ଡ ଓଭରବ୍ରିଜ୍‌ ଉପରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସେମାନଙ୍କ ମୋଟରସାଇକେଲ୍‌କୁ ଜୋର୍‌ଦାର ଧକ୍କା ଦେଇଥିଲା।

ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ, ମୋଟରସାଇକେଲ୍‌ ଚାଳକ ବ୍ରିଜ୍‌ ତଳକୁ ଛିଟିକି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ୍‌ ପଠାଯାଇଛି।
ଯାତ୍ରା ମଞ୍ଚରେ ଅଭିନୟ କରି ଜୀବିକା ନିର୍ବାହ କରୁଥିବା ଦୁଇ ଯୁବକଙ୍କ ସହ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ କାର୍‌ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।ସେପଟେ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor