ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଗିରଫ!

Spread the love      ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଧୀନ ବାଲିପଡ଼ା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ଅଭିଯୋଗରେ ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୨ ଜଣ ଜୁଆ ଖେଳୁଥିବା ଏବଂ ଅନ୍ୟ ୨ ଜଣ ଜୁଆ ଆୟୋଜନ କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ ୭ ତାରିଖରେ ବାଲିପଡ଼ା ଅଞ୍ଚଳରେ ଜୁଆ ଖେଳ ଆୟୋଜନ ହେଉଥିବା ନେଇ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାକୁ ଆଧାର…

Spread the love

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଧୀନ ବାଲିପଡ଼ା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ଅଭିଯୋଗରେ ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୨ ଜଣ ଜୁଆ ଖେଳୁଥିବା ଏବଂ ଅନ୍ୟ ୨ ଜଣ ଜୁଆ ଆୟୋଜନ କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି।

ପୁଲିସ ସୂଚନା ଅନୁସାରେ, ଗତ ୭ ତାରିଖରେ ବାଲିପଡ଼ା ଅଞ୍ଚଳରେ ଜୁଆ ଖେଳ ଆୟୋଜନ ହେଉଥିବା ନେଇ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାକୁ ଆଧାର କରି ବ୍ରହ୍ମପୁର ସଦର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ସେଠାରେ ଜୁଆ ଖେଳୁଥିବା ଏବଂ ଜୁଆ ଖେଳ ପାଇଁ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗରେ ମୋଟ ୪ ଜଣଙ୍କୁ ଧରାଯାଇଥିଲା।

ଗିରଫ ବ୍ୟକ୍ତିମାନେ ହେଲେ ବାଲିପଡ଼ା ମେନ୍ ରୋଡ୍‌ର ଜିତେନ୍ଦ୍ର ବିଷୋୟୀ (୨୪) ଓ ସମୀର ବିଷୋୟୀ (୨୦), ଗୋସାଣୀ ନୂଆଗାଁ ଥାନା ଅଧୀନ ଗୁଡ୍ସ ରୋଡ୍ ଚଚଡ଼ାପଦିଆ ସାହିର ନୀଳାଞ୍ଚଳ ବେହେରା (୫୪) ଏବଂ ଦିଗପହଣ୍ଡି ଥାନା ଅଧୀନ ଓଡ଼ାସିଙ୍ଗି ବଡ଼ସାହିର ଏସ୍‌. ଗଣେଶ ରେଡ୍ଡୀ (୩୧)।

ପୁଲିସ ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୩୮ ହଜାର ୫ ଶହ ଟଙ୍କା, ୮ ପ୍ୟାକେଟ୍ ତାସ୍, ୨ଟି ମୋବାଇଲ୍ ଫୋନ୍, ଗୋଟିଏ ଜରିପାଲ ଏବଂ ୪ଟି ବ୍ୟାଟେରୀ ଲାଇଟ୍ ଜବତ କରାଯାଇଛି।

ଏନେଇ ବ୍ରହ୍ମପୁର ସଦର ଥାନାରେ କେସ୍ ନମ୍ବର ୬୧୬, ତାରିଖ ୦୭.୧୦.୨୦୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିବା ପରେ ନିୟମାନୁସାରେ କୋର୍ଟକୁ ପଠାଇଥିବା ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor