ଆଜି ଗ୍ରହ-ନକ୍ଷତ୍ରର ସ୍ଥିତି ଅନୁସାରେ କେତେକ ରାଶି ପାଇଁ ଦିନଟି ଶୁଭ ରହିଥିବାବେଳେ ଆଉ କେତେକ ରାଶିଙ୍କୁ ସତର୍କ ରହିବାକୁ ପଡ଼ିପାରେ। ବିଶେଷ କରି ଅପରାହ୍ଣ ୨ଟା ୪୯ ମିନିଟ୍ ପୂର୍ବ ଓ ପରେ କିଛି ରାଶିଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ଜାଣନ୍ତୁ ମେଷରୁ ମୀନ ପର୍ଯ୍ୟନ୍ତ ଆଜିର ସଂକ୍ଷିପ୍ତ ରାଶିଫଳ।
ମେଷ
ଅପରାହ୍ଣ ୨ଟା ୪୯ ମିନିଟ୍ ପର୍ଯ୍ୟନ୍ତ ମନ ଅସ୍ଥିର ରହିପାରେ। ପରିବାର କିମ୍ବା ବନ୍ଧୁଙ୍କ ସହ ଛୋଟମୋଟ ବିବାଦ ଦେଖାଦେଇପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ବ୍ୟବସାୟରେ ଆୟ ମଧ୍ୟମ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ସଫଳତା ଓ ସମ୍ମାନ ମିଳିପାରେ।
ଶୁଭରଙ୍ଗ: ସିଲ୍ଭର | ଶୁଭସଂଖ୍ୟା: ୬ | ଆରାଧନା: ମା’ ବଗଳାମୁଖୀ
ବୃଷ
ଦିନର ପ୍ରଥମ ଭାଗରେ କାମକାଜରେ ଶୁଭଫଳ ମିଳିପାରେ। ପରିବାରରେ ଶାନ୍ତି ଓ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ତେବେ ୨ଟା ୪୯ ପରେ ଖର୍ଚ୍ଚ ବଢ଼ିପାରେ। ବ୍ୟବସାୟିକ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ।
ଶୁଭରଙ୍ଗ: କଫି | ଶୁଭସଂଖ୍ୟା: ୨ | ଆରାଧନା: ଭଗବାନ ବିଷ୍ଣୁ
ମିଥୁନ
ଆଜି ମନ ପ୍ରସନ୍ନ ରହିବ। ପରିବାରରେ ସୁଖଶାନ୍ତି ଓ ସାମାଜିକ ସମ୍ମାନ ବଢ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଆୟର ସମ୍ଭାବନା ରହିଛି।
ଶୁଭରଙ୍ଗ: ମେରୁନ୍ | ଶୁଭସଂଖ୍ୟା: ୬ | ଆରାଧନା: ମା’ ଷୋଡ଼ଶୀ
କର୍କଟ
ଆଜିର ଦିନଟି କର୍କଟ ରାଶି ପାଇଁ ଶୁଭ ରହିପାରେ। ମନ ପ୍ରସନ୍ନ ରହିବା ସହ ପରିବାରରେ ସୁଖଶାନ୍ତି ଦେଖାଦେବ। ସମାଜସେବା କିମ୍ବା ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। କର୍ମକ୍ଷେତ୍ରରେ ବାଧା ଦୂର ହୋଇ ସଫଳତା ମିଳିପାରେ।
ଶୁଭରଙ୍ଗ: ଲାଲ | ଶୁଭସଂଖ୍ୟା: ୫ | ଆରାଧନା: ମା’ ଭୁବନେଶ୍ୱରୀ
ସିଂହ
ଆଜି ସିଂହ ରାଶିଙ୍କୁ ଟିକେ ଅଧିକ ସତର୍କ ରହିବାକୁ ପଡ଼ିପାରେ। ଅନାବଶ୍ୟକ ଖର୍ଚ୍ଚ, ପରିବାରରେ ମତଭେଦ କିମ୍ବା ଧନ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ଆର୍ଥିକ ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ ଓ ଯାନବାହନ ବ୍ୟବହାର ସମୟରେ ସାବଧାନ ରୁହନ୍ତୁ।
ଶୁଭରଙ୍ଗ: ଗୋଲାପି | ଶୁଭସଂଖ୍ୟା: ୧୧ | ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ
କନ୍ୟା
ଦିନର ପ୍ରଥମ ଭାଗରେ ଆକସ୍ମିକ ଧନଲାଭ କିମ୍ବା କୌଣସି ଭଲ ଖବର ମିଳିପାରେ। ନୂଆ କାମ କିମ୍ବା ବ୍ୟବସାୟ ଆରମ୍ଭ ପାଇଁ ସୁଯୋଗ ମିଳିବ। କିନ୍ତୁ ୨ଟା ୪୯ ପରେ କାମକାଜରେ କିଛି ବାଧା ଆସିପାରେ। ତେଣୁ ନିଷ୍ପତ୍ତି ନେବାବେଳେ ଭଲଭାବେ ଭାବନ୍ତୁ।
ଶୁଭରଙ୍ଗ: ସବୁଜ | ଶୁଭସଂଖ୍ୟା: ୧୨ | ଆରାଧନା: ମା’ ତ୍ରିପୁରସୁନ୍ଦରୀ
ତୁଳା
ଅପରାହ୍ଣ ୨ଟା ୪୯ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଭଲ ରହିପାରେ। ଆୟର ନୂଆ ସୁଯୋଗ ମଧ୍ୟ ମିଳିବ। କିନ୍ତୁ ଏହାପରେ ଖର୍ଚ୍ଚ ବଢ଼ିବା ସହ ପରିବାରରେ ମତଭେଦ ଦେଖାଦେଇପାରେ। ବନ୍ଧୁ କିମ୍ବା ଭାଇଭଉଣୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ।
ଶୁଭରଙ୍ଗ: ମେରୁନ୍ | ଶୁଭସଂଖ୍ୟା: ୪ | ଆରାଧନା: ପ୍ରଭୁ ଶ୍ରୀରାମ
ବିଛା
ଆଜି ନୂଆ କାମ ଆରମ୍ଭ କିମ୍ବା ଯାତ୍ରାର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କର୍ମକ୍ଷେତ୍ରରେ ସଫଳତା ଓ ସମ୍ମାନ ମିଳିପାରେ। ତେବେ ପରିବାର କିମ୍ବା ବନ୍ଧୁଙ୍କ ସହ ଛୋଟମୋଟ ମତଭେଦକୁ ଏଡ଼ାଇବା ଭଲ।
ଶୁଭରଙ୍ଗ: ହଳଦିଆ | ଶୁଭସଂଖ୍ୟା: ୧୧ | ଆରାଧନା: ପ୍ରଭୁ ହନୁମାନ
ଧନୁ
ଅପରାହ୍ଣ ୨ଟା ୪୯ ପର୍ଯ୍ୟନ୍ତ ଖର୍ଚ୍ଚ ବଢ଼ିପାରେ ଏବଂ କାମରେ ବିଳମ୍ବ ଦେଖାଦେଇପାରେ। ତେଣୁ ଆର୍ଥିକ କାରବାର ଓ ବଡ଼ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ। ତେବେ ଏହାପରେ ସ୍ଥିତିରେ କିଛିଟା ସୁଧାର ଆସିପାରେ।
ଶୁଭରଙ୍ଗ: ଲାଲ | ଶୁଭସଂଖ୍ୟା: ୭ | ଆରାଧନା: ପ୍ରଭୁ ଗଜାନନ
ମକର
ଦିନର ପ୍ରଥମ ଭାଗରେ ଆକସ୍ମିକ ଧନଲାଭ କିମ୍ବା ପୁରୁଣା ଅର୍ଥ ଫେରିପାଇବାର ସମ୍ଭାବନା ରହିଛି। କୌଣସି ଖୁସିର ଖବର ମଧ୍ୟ ମିଳିପାରେ। ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ।
ଶୁଭରଙ୍ଗ: କଳା | ଶୁଭସଂଖ୍ୟା: ୧୧ | ଆରାଧନା: ମା’ କମଳା
କୁମ୍ଭ
ଆଜି ଅସମ୍ପୂର୍ଣ୍ଣ କାମ ପୂରଣ କରିବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ପରିଶ୍ରମର ଭଲ ଫଳ ପାଇପାରନ୍ତି। ଦିନର ପ୍ରଥମ ଭାଗ ଭଲ ରହିଲେ ମଧ୍ୟ ୨ଟା ୪୯ ପରେ ଆର୍ଥିକ କ୍ଷତି କିମ୍ବା ଠକାମିର ଆଶଙ୍କା ରହିପାରେ। ତେଣୁ ଧନ ନେଣଦେଣରେ ବିଶେଷ ସତର୍କ ରୁହନ୍ତୁ।
ଶୁଭରଙ୍ଗ: ବାଇଗଣୀ | ଶୁଭସଂଖ୍ୟା: ୩ | ଆରାଧନା: ମା’ ବିମଳା
ମୀନ
ଆଜି ମୀନ ରାଶି ପାଇଁ ଦିନଟି ବେଶ୍ ଶୁଭ ରହିପାରେ। କର୍ମକ୍ଷେତ୍ର, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ରହିଛି। ନୂଆ କାମ, ବ୍ୟବସାୟ କିମ୍ବା ଯାତ୍ରା ପାଇଁ ସୁଯୋଗ ମିଳିପାରେ। ଆଜିର ପରିଶ୍ରମ ଆପଣଙ୍କୁ ସଫଳତାର ନିକଟକୁ ନେଇପାରେ।
ଶୁଭରଙ୍ଗ: ଗୋଲାପି | ଶୁଭସଂଖ୍ୟା: ୫ | ଆରାଧନା: ମା’ ଧୂମାବତୀ














