ଭୁଶୁଡ଼ିଲା ନୂଆ NH-53, ଓଲଟିଲା ୩ ଟ୍ରକ୍; ନିମ୍ନମାନର କାମ ଅଭିଯୋଗ

Spread the love      କେନ୍ଦ୍ରାପଡ଼ା ଜିଲ୍ଲା ନୀଳାଚଳ ବଜାର ନିକଟରେ ପ୍ରବଳ ବର୍ଷାରେ ନୂଆ ନିର୍ମିତ NH-53ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ରାସ୍ତା ଦବିଯିବାରୁ ଏହି ରାସ୍ତା ଦେଇ ଯାଉଥିବା ୩ଟି ଟ୍ରକ୍ ଓଲଟି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ରାସ୍ତା ତଳେ ପାଣି ପଶି ମାଟି ଧୋଇ ଯାଇଥିଲା। ଫଳରେ ରାସ୍ତା ତଳେ ବ୍ୟବହାର ହୋଇଥିବା ଫ୍ଲାଏ ଆଶ୍‌ର ଆଧାର ଦୁର୍ବଳ ହୋଇ ରାସ୍ତାର ଏକ ଅଂଶ ଦବିଯାଇଥିବା…

Spread the love

କେନ୍ଦ୍ରାପଡ଼ା ଜିଲ୍ଲା ନୀଳାଚଳ ବଜାର ନିକଟରେ ପ୍ରବଳ ବର୍ଷାରେ ନୂଆ ନିର୍ମିତ NH-53ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ରାସ୍ତା ଦବିଯିବାରୁ ଏହି ରାସ୍ତା ଦେଇ ଯାଉଥିବା ୩ଟି ଟ୍ରକ୍ ଓଲଟି ଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ରାସ୍ତା ତଳେ ପାଣି ପଶି ମାଟି ଧୋଇ ଯାଇଥିଲା। ଫଳରେ ରାସ୍ତା ତଳେ ବ୍ୟବହାର ହୋଇଥିବା ଫ୍ଲାଏ ଆଶ୍‌ର ଆଧାର ଦୁର୍ବଳ ହୋଇ ରାସ୍ତାର ଏକ ଅଂଶ ଦବିଯାଇଥିବା ଅଭିଯୋଗ ହୋଇଛି।

ରାସ୍ତା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା ପାର୍ଶ୍ୱରେ ଆବଶ୍ୟକ ମାଟି ନଦେଇ କାମ କରାଯାଇଥିବା ଏବଂ ପୁରୁଣା ରାସ୍ତା ପାର୍ଶ୍ୱରୁ ମାଟି ନେଇ ନୂଆ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି।

ଘଟଣାର ତଦନ୍ତ କରି ରାସ୍ତା ନିର୍ମାଣର ମାନ ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୩ଟି ଟ୍ରକ୍‌ର ମାଲିକଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି। ରାସ୍ତା ନିର୍ମାଣରେ ଅନିୟମିତତା ଥିଲେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor