କେନ୍ଦୁଝରରେ ଲଗାଣ ବର୍ଷା: ଜୁଡ଼ିଆ ଘାଟିରେ ଭୂସ୍ଖଳନ, NH-49ରେ ଯାତାୟାତ ପ୍ରଭାବିତ

Spread the love      କେନ୍ଦୁଝର, ୧୬/୦୮: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝରରେ ଜନଜୀବନ ପ୍ରଭାବିତ ହୋଇଛି। ଲଗାତାର ବର୍ଷାର ପ୍ରଭାବରେ କୋଲକାତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଭୂସ୍ଖଳନ ହୋଇଛି। ଘାଟିରୁ ମାଟି ଓ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ପରେ ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରାଯାଇଛି। ବର୍ତ୍ତମାନ ଅନ୍ୟ ପାର୍ଶ୍ୱ ଦେଇ ଉଭୟ ଦିଗର…

Spread the love

କେନ୍ଦୁଝର, ୧୬/୦୮: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝରରେ ଜନଜୀବନ ପ୍ରଭାବିତ ହୋଇଛି। ଲଗାତାର ବର୍ଷାର ପ୍ରଭାବରେ କୋଲକାତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଭୂସ୍ଖଳନ ହୋଇଛି। ଘାଟିରୁ ମାଟି ଓ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଭୂସ୍ଖଳନ ପରେ ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରାଯାଇଛି। ବର୍ତ୍ତମାନ ଅନ୍ୟ ପାର୍ଶ୍ୱ ଦେଇ ଉଭୟ ଦିଗର ଗାଡ଼ି ଚଳାଚଳ କରୁଛି। ଏଥିପାଇଁ ରାଜପଥରେ ଗାଡ଼ିଗୁଡ଼ିକ ଧୀର ଗତିରେ ଚାଲୁଥିବା ବେଳେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ଲଗାଣ ବର୍ଷା ଜାରି ରହିଥିବାରୁ ଜୁଡ଼ିଆ ଘାଟିରେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଚାଳକମାନଙ୍କୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।

ଏପଟେ ରାସ୍ତା ଉପରେ ଖସି ପଡ଼ିଥିବା ମାଟି ଓ ପଥର ହଟାଇବା ପାଇଁ ଏନଏଚଏଆଇ ପକ୍ଷରୁ କାମ ଜାରି ରହିଛି। ଯଥାଶୀଘ୍ର ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor