ବ୍ରହ୍ମପୁରରେ ଜାଲିଆତି ଅଭିଯୋଗ: ମାଲିକଙ୍କ ଦସ୍ତଖତ ଜାଲ୍ କରି ସାମଗ୍ରୀ ଚାଲାଣ, ସମ୍ପର୍କୀୟ ଗିରଫ

Spread the love      ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୋଲିସ ଜାଲିଆତି ଓ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅଙ୍କୁଲି ସୁଣ୍ଡି ସାହିର ୩୨ ବର୍ଷୀୟ ସରୋଜ କୁମାର ସାହୁ। ସେ ଅଭିଯୋଗକାରୀ ମଣିରାଜ ସାହୁଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ମଣିରାଜ ସାହୁ ଅଙ୍କୁଲିରେ ‘ଗ୍ଲୋବାଲ ଏଣ୍ଟରପ୍ରାଇଜେସ୍’ ନାମରେ ଏକ ସିମେଣ୍ଟ ପୋଲ୍‌ କାରଖାନା ଚଳାଉଛନ୍ତି। ଏଠାରେ ସିମେଣ୍ଟ ପୋଲ୍‌, ବାଉଣ୍ଡାରୀ ୱାଲ୍‌ ସମେତ ବିଭିନ୍ନ ସିମେଣ୍ଟ…

Spread the love

ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୋଲିସ ଜାଲିଆତି ଓ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅଙ୍କୁଲି ସୁଣ୍ଡି ସାହିର ୩୨ ବର୍ଷୀୟ ସରୋଜ କୁମାର ସାହୁ। ସେ ଅଭିଯୋଗକାରୀ ମଣିରାଜ ସାହୁଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁସାରେ, ମଣିରାଜ ସାହୁ ଅଙ୍କୁଲିରେ ‘ଗ୍ଲୋବାଲ ଏଣ୍ଟରପ୍ରାଇଜେସ୍’ ନାମରେ ଏକ ସିମେଣ୍ଟ ପୋଲ୍‌ କାରଖାନା ଚଳାଉଛନ୍ତି। ଏଠାରେ ସିମେଣ୍ଟ ପୋଲ୍‌, ବାଉଣ୍ଡାରୀ ୱାଲ୍‌ ସମେତ ବିଭିନ୍ନ ସିମେଣ୍ଟ ସାମଗ୍ରୀ ତିଆରି ଓ ଯୋଗାଣ କରାଯାଏ।

ସରୋଜ ବେକାର ଥିବାରୁ ଚାକିରି ପାଇଁ ମଣିରାଜଙ୍କୁ କହିଥିଲେ। ସମ୍ପର୍କୀୟ ହୋଇଥିବାରୁ ମଣିରାଜ ତାଙ୍କ ଉପରେ ଭରସା କରି ୨୦୨୧ ମସିହାରେ ତାଙ୍କୁ କାରଖାନାରେ ସୁପରଭାଇଜର ଭାବେ ନିଯୁକ୍ତ କରିଥିଲେ। ତାଙ୍କ ମାସିକ ଦରମା ୯ ହଜାର ଟଙ୍କା ଥିଲା।

ଆରମ୍ଭରେ ସରୋଜ ଠିକ୍‌ ଭାବେ କାମ କରି ମାଲିକଙ୍କ ବିଶ୍ୱାସ ଜିତିଥିଲେ। କିନ୍ତୁ ପରେ କାରଖାନାର ଆର୍ଥିକ କାରବାରରେ ସେ ଅନିୟମିତତା ଓ ଜାଲିଆତି କରୁଥିବା ନେଇ ଅନ୍ୟ କର୍ମଚାରୀମାନେ ମଣିରାଜଙ୍କୁ ଜଣାଇଥିଲେ। ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ମଣିରାଜ ପ୍ରଥମେ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ।

ତେବେ ୨୦୨୬ ମାର୍ଚ୍ଚ ୧୪ ତାରିଖରେ କାରଖାନାର କିଛି ସାମଗ୍ରୀ ତାଙ୍କ ଅଜାଣତରେ ଅନ୍ୟ ଏକ ସ୍ଥାନକୁ ନିଆଯାଉଥିବା ସେ ଦେଖିଥିଲେ। ଏହାପରେ ସନ୍ଦେହ ହେବାରୁ କାରଖାନାର ରସିଦ ବହି ଓ ଟଙ୍କା ରସିଦ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କିଛି ରସିଦ ଓ ଦସ୍ତାବିଜରେ ମଣିରାଜଙ୍କ ନାମରେ ଜାଲ୍‌ ଦସ୍ତଖତ କରାଯାଇଥିବା ଜଣାପଡ଼ିଥିଲା।

ଏହାକୁ ନେଇ ମଣିରାଜ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ମିଳିଥିବା ତଥ୍ୟ ଓ ପ୍ରମାଣ ଆଧାରରେ ସରୋଜ କୁମାର ସାହୁଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଏବଂ କାରଖାନାରୁ କେତେ ପରିମାଣର ସାମଗ୍ରୀ ଚାଲାଣ ହୋଇଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor