ମନେ ପଡ଼ନ୍ତି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ, ଶ୍ରଦ୍ଧାଞ୍ଜଳି ଦେଲେ ମନମୋହନ ସାମଲ

Spread the love      ଭୁବନେଶ୍ୱର, ୧୬/୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି। ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ। ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର ଜଣେ ଦୂରଦର୍ଶୀ ନେତା…

Spread the love

ଭୁବନେଶ୍ୱର, ୧୬/୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି। ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ।

ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର ଜଣେ ଦୂରଦର୍ଶୀ ନେତା ଥିଲେ। ତାଙ୍କ ନେତୃତ୍ୱରେ ଦେଶର ଭିତ୍ତିଭୂମି, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥାର ବିକାଶକୁ ନୂଆ ଦିଗ ମିଳିଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ଜାତୀୟ ରାଜପଥର ସ୍ୱର୍ଣ୍ଣ ଚତୁର୍ଭୁଜ ଭଳି ପ୍ରକଳ୍ପ ଦେଶର ବିକାଶରେ ତାଙ୍କ ଅବଦାନକୁ ଆଜି ମଧ୍ୟ ମନେ ପକାଇଥାଏ।

ଓଡ଼ିଶା ପ୍ରତି ମଧ୍ୟ ବାଜପେୟୀଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ରାଜ୍ୟରେ ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି ବିକାଶକୁ ନେଇ ତାଙ୍କ ସରକାର ସମୟରେ ଅନେକ ପଦକ୍ଷେପ ନିଆଯାଇଥିଲା। ଭୁବନେଶ୍ୱର ଏମ୍ସ ଭଳି ଜାତୀୟସ୍ତରର ଅନୁଷ୍ଠାନ ସ୍ଥାପନ ଦିଗରେ ମଧ୍ୟ ତାଙ୍କ ସରକାରର ଭୂମିକା ରହିଥିଲା।

ଅଟଳ ବିହାରୀ ବାଜପେୟୀ କେବଳ ଜଣେ ରାଜନେତା ନୁହେଁ, ସେ ଜଣେ ପ୍ରତିଭାଶାଳୀ ବକ୍ତା, କବି ଓ ଦୂରଦର୍ଶୀ ରାଷ୍ଟ୍ରନେତା ଭାବେ ପରିଚିତ ଥିଲେ। ଛାତ୍ର ଜୀବନରୁ ସେ ସାର୍ବଜନୀନ ଜୀବନ ସହ ଜଡ଼ିତ ହୋଇଥିଲେ। ଦୀର୍ଘ ରାଜନୈତିକ ଜୀବନରେ ସେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ନେଇଥିଲେ।

୧୯୯୬ରେ ପ୍ରଥମଥର ପାଇଁ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପରେ ୧୯୯୮ରେ ପୁଣିଥରେ ଏହି ଦାୟିତ୍ୱ ନେଇଥିବାବେଳେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକାଳ ସରକାର ଚଳାଇଥିଲେ। ତାଙ୍କ ଶାସନକାଳରେ ପରମାଣୁ ଶକ୍ତି, ଜାତୀୟ ସୁରକ୍ଷା, ଭିତ୍ତିଭୂମି ଓ ଅର୍ଥନୈତିକ ବିକାଶ ଭଳି କ୍ଷେତ୍ରରେ ଅନେକ ବଡ଼ ପଦକ୍ଷେପ ନିଆଯାଇଥିଲା।

ବାଜପେୟୀଙ୍କ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଜି ମଧ୍ୟ ଅନେକଙ୍କୁ ପ୍ରେରଣା ଦେଉଛି। ତାଙ୍କ ତିରୋଧାନ ଦିବସରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନକୁ ଆଗକୁ ନେବା ପାଇଁ ସଂକଳ୍ପ ନିଆଯାଇଛି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor