ଓଡ଼ିଶା ଜଙ୍ଗଲରେ ୫ ବିରଳ ଓରାଙ୍ଗଉଟାନ, ଇଣ୍ଟରନ୍ୟାସନାଲ ସ୍ମଗଲିଂ ସନ୍ଦେହ

Spread the love      ଭୁବନେଶ୍ବର: ଓଡିଶା ଜଙ୍ଗଲରୁ ବିରଳ ପ୍ରଜାତିର ଓରାଙ୍ଗଉଟାନ ଠାବ ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପ୍ରାଣୀ ସାଧାରଣତଃ ଭାରତର ଜଙ୍ଗଲରେ ଦେଖାଯାଆନ୍ତି ନାହିଁ, ସେହି ପ୍ରଜାତିର ୫ଟି ଓରାଙ୍ଗଉଟାନ ହଠାତ୍ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲରୁ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ। ସବୁଠୁ ବଡ଼ ପ୍ରଶ୍ନ ହେଲା—ଏହି ବିରଳ ପ୍ରାଣୀମାନେ ଓଡ଼ିଶାକୁ ଆସିଲେ କେଉଁଠୁ ଓ କିପରି? ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର…

Spread the love

ଭୁବନେଶ୍ବର: ଓଡିଶା ଜଙ୍ଗଲରୁ ବିରଳ ପ୍ରଜାତିର ଓରାଙ୍ଗଉଟାନ ଠାବ ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପ୍ରାଣୀ ସାଧାରଣତଃ ଭାରତର ଜଙ୍ଗଲରେ ଦେଖାଯାଆନ୍ତି ନାହିଁ, ସେହି ପ୍ରଜାତିର ୫ଟି ଓରାଙ୍ଗଉଟାନ ହଠାତ୍ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲରୁ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ। ସବୁଠୁ ବଡ଼ ପ୍ରଶ୍ନ ହେଲା—ଏହି ବିରଳ ପ୍ରାଣୀମାନେ ଓଡ଼ିଶାକୁ ଆସିଲେ କେଉଁଠୁ ଓ କିପରି?

ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ଏହି ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍। ସୂଚନା ଅନୁସାରେ, ଏମାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ। ବିଶେଷ ସୂତ୍ରରୁ ଖବର ପାଇବା ପରେ ବନବିଭାଗ ତୁରନ୍ତ ଜଙ୍ଗଲରେ ତଲାସି ଅଭିଯାନ ଚଳାଇଥିଲା ଏବଂ ଏହି ବିରଳ ପ୍ରାଣୀମାନଙ୍କୁ ଉଦ୍ଧାର କରିଥିଲା।

ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହା ପଛରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀଙ୍କ ଲିଙ୍କ ଥାଇପାରେ। କାରଣ ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନଙ୍କ ବାସସ୍ଥାନ ନାହିଁ। ମୁଖ୍ୟତଃ ଇଣ୍ଡୋନେସିଆର ସୁମାତ୍ରା ଓ ବୋର୍ନିଓ ଅଞ୍ଚଳରେ ଏହି ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳନ୍ତି।

ତେଣୁ ଓଡ଼ିଶାର ଏକ ଜଙ୍ଗଲରେ ଏକାସାଙ୍ଗରେ ୫ଟି ଓରାଙ୍ଗଉଟାନ ମିଳିବା ଘଟଣା ସାଧାରଣ ନୁହେଁ। ସନ୍ଦେହ କରାଯାଉଛି ଯେ, ଆନ୍ତର୍ଜାତୀୟ ସ୍ତରରେ ବନ୍ୟପ୍ରାଣୀ ଚାଲାଣ ସମୟରେ କୌଣସି କାରଣରୁ ସେମାନଙ୍କୁ ଏହି ଜଙ୍ଗଲରେ ଛାଡ଼ି ଦିଆଯାଇଥାଇପାରେ। ଏହି ସମସ୍ତ ଦିଗକୁ ନେଇ ଏବେ ଗଭୀର ତଦନ୍ତ କରାଯିବ।

ବର୍ତ୍ତମାନ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଭେଟେରିନାରୀ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସେମାନଙ୍କୁ ନନ୍ଦନକାନନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି।

ଏହି ଘଟଣାର ତଦନ୍ତ ପାଇଁ ACCF ସ୍ତରରେ ପଦକ୍ଷେପ ନିଆଯିବ। ଓରାଙ୍ଗଉଟାନମାନଙ୍କ ଉତ୍ପତ୍ତିସ୍ଥଳ କେଉଁଠି, ସେମାନେ କେଉଁ ମାର୍ଗରେ ଭାରତକୁ ଆସିଲେ ଏବଂ କିପରି ବାଲେଶ୍ୱର ଜଙ୍ଗଲରେ ପହଞ୍ଚିଲେ—ତାହାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।

ବିରଳ ଓରାଙ୍ଗଉଟାନଙ୍କ ଏଭଳି ରହସ୍ୟମୟ ଉପସ୍ଥିତି ଏବେ ଓଡ଼ିଶା ବନବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ପଛରେ ସତରେ କୌଣସି ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣ ରାକେଟ୍ ରହିଛି କି, ନା ଏହାର ପଛରେ ରହିଛି ଅନ୍ୟ କୌଣସି ରହସ୍ୟ—ତାହାକୁ ନେଇ ଏବେ ସମସ୍ତଙ୍କ ନଜର ତଦନ୍ତ ଉପରେ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor