ସରକାରୀ ବାବୁ ସାବଧାନ! ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

Spread the love      ଭୁବନେଶ୍ୱର, ୩୦/୦୮: ସରକାରୀ ଚାକିରି କରୁଛନ୍ତି, ହେଲେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଦେଉନାହାନ୍ତି? ତେବେ ଏଣିକି ସାବଧାନ! କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କଲେ ଆଉ ଚଳିବ ନାହିଁ। ସିଧାସଳଖ ଦରମାରୁ କଟିବ ଭରଣପୋଷଣ ଟଙ୍କା। ଆଉ ସେହି ଟଙ୍କା ଯିବ ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାକୁ। କୋର୍ଟଙ୍କ ଆଦେଶ ଥାଇ ମଧ୍ୟ ଭରଣପୋଷଣ ଟଙ୍କା ନଦେଇ ଖସିଯାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଏଭଳି ମାମଲାକୁ ଗୁରୁତ୍ୱର ସହ…

Spread the love

ଭୁବନେଶ୍ୱର, ୩୦/୦୮: ସରକାରୀ ଚାକିରି କରୁଛନ୍ତି, ହେଲେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଦେଉନାହାନ୍ତି? ତେବେ ଏଣିକି ସାବଧାନ! କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କଲେ ଆଉ ଚଳିବ ନାହିଁ। ସିଧାସଳଖ ଦରମାରୁ କଟିବ ଭରଣପୋଷଣ ଟଙ୍କା। ଆଉ ସେହି ଟଙ୍କା ଯିବ ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାକୁ।

କୋର୍ଟଙ୍କ ଆଦେଶ ଥାଇ ମଧ୍ୟ ଭରଣପୋଷଣ ଟଙ୍କା ନଦେଇ ଖସିଯାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଏଭଳି ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ନିର୍ଦ୍ଦିଷ୍ଟ ରାଶି କାଟି ସିଧାସଳଖ ଭରଣପୋଷଣ ହକ୍‌ଦାରଙ୍କ ଖାତାରେ ଜମା କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅନେକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କେତେକ ସରକାରୀ କର୍ମଚାରୀ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ଅଭିଯୋଗ ହୋଇଥିଲା। ଛାଡ଼ପତ୍ର ପରେ ଦେବାକୁ ଥିବା ପୋଷଣ ଖର୍ଚ୍ଚ ମଧ୍ୟ ଅନେକ କ୍ଷେତ୍ରରେ ଠିକ୍‌ ସମୟରେ ଦିଆଯାଉନଥିଲା।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରତିଥର ୨ରୁ ୩ଟି ଏଭଳି ମାମଲା ଆସୁଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ନିଜ ପତ୍ନୀ ଓ ସନ୍ତାନଙ୍କ ପ୍ରତି ଅବିଚାର କରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।

ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଅଦାଲତଙ୍କ ଆଦେଶ ମିଳିବା ପରେ ସମ୍ପୃକ୍ତ ବିଭାଗର ଡିଡିଓ ବା Drawing and Disbursing Officer କର୍ମଚାରୀଙ୍କ ମାସିକ ଦରମାରୁ ନିର୍ଦ୍ଦିଷ୍ଟ ଭରଣପୋଷଣ ରାଶି କାଟିବେ। ଏହାପରେ ସେହି ଟଙ୍କା ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାକୁ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ସିଧାସଳଖ ଜମା କରାଯିବ।

ଅର୍ଥାତ୍‌ ଏଣିକି କୋର୍ଟଙ୍କ ଆଦେଶ ଅନୁଯାୟୀ ଭରଣପୋଷଣ ଦେବାରେ ହେଳା କଲେ ଦରମାରୁ ହିଁ ଟଙ୍କା କଟିଯିବ। ଫଳରେ ଭରଣପୋଷଣ ପାଇବାକୁ ଥିବା ମହିଳା ଓ ସନ୍ତାନମାନେ ସମୟରେ ସେମାନଙ୍କ ଅଧିକାର ପାଇପାରିବେ।

ଏହାସହ ଆଗାମୀ ଦିନରେ ଏଭଳି ଅଦାଲତ ନିର୍ଦ୍ଦେଶିତ ଭରଣପୋଷଣ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ HRMS ସହ ଯୋଡ଼ାଯିବ। ଏହାଦ୍ୱାରା କୋର୍ଟଙ୍କ ଆଦେଶର ଅନୁପାଳନ ଉପରେ ନଜର ରଖାଯିବା ସହ ଭରଣପୋଷଣ ଟଙ୍କା ପ୍ରଦାନ ପ୍ରକ୍ରିୟା ଆହୁରି ସହଜ ଓ ସ୍ୱଚ୍ଛ ହୋଇପାରିବ।

ତେଣୁ କୋର୍ଟଙ୍କ ଆଦେଶ ଥିଲେ ଭରଣପୋଷଣ ଦେବାରେ ଆଉ ଟାଳଟୁଳ ନୁହେଁ। ସରକାରୀ ବାବୁଙ୍କ ଦରମାରୁ ହିଁ କଟିବ ଟଙ୍କା ଏବଂ ହକ୍‌ଦାରଙ୍କ ଖାତାରେ ପହଞ୍ଚିବ ଭରଣପୋଷଣ ରାଶି। ମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ପଦକ୍ଷେପ ଏଭଳି ମାମଲାରେ ଏକ ବଡ଼ ପରିବର୍ତ୍ତନ ଆସିପାରେ।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor