ଓଡ଼ିଶାରେ ପୁଣି ବର୍ଷାର ଆଶଙ୍କା, ୯ରୁ ବଢ଼ିବ ବର୍ଷାର ପ୍ରଭାବ

Spread the love      ଭୁବନେଶ୍ୱର, ୦୬/୦୯: ରାଜ୍ୟରେ ପୁଣି ସକ୍ରିୟ ହେବ ବର୍ଷା। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ପାଣିପାଗରେ ହେଉଥିବା ପରିବର୍ତ୍ତନ ଯୋଗୁଁ ୮ରୁ ୧୧ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଆସନ୍ତା ୯ ତାରିଖରୁ ବର୍ଷାର ତୀବ୍ରତା ବଢ଼ିପାରେ। କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା…

Spread the love

ଭୁବନେଶ୍ୱର, ୦୬/୦୯: ରାଜ୍ୟରେ ପୁଣି ସକ୍ରିୟ ହେବ ବର୍ଷା। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ପାଣିପାଗରେ ହେଉଥିବା ପରିବର୍ତ୍ତନ ଯୋଗୁଁ ୮ରୁ ୧୧ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଆସନ୍ତା ୯ ତାରିଖରୁ ବର୍ଷାର ତୀବ୍ରତା ବଢ଼ିପାରେ। କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି।

୯ରେ ଏହି ଜିଲ୍ଲାରେ ପ୍ରବଳ ବର୍ଷା

ସେପ୍ଟେମ୍ବର ୯ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ୧୦ ତାରିଖରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ସମ୍ଭାବନା ରହିଛି।

୧୦ ତାରିଖରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

୧୧ରେ ବଢ଼ିବ ବର୍ଷାର ପରିସର

୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ତେବେ ବର୍ଷାର ଏହି ପର୍ଯ୍ୟାୟ ମଧ୍ୟରେ ଆଉ ଏକ ପାଣିପାଗ ସିଷ୍ଟମ ଉପରେ ନଜର ରହିଛି।

ଦକ୍ଷିଣ ଚାଇନା ସାଗରରୁ ଆସୁଛି ଆଉ ଏକ ସିଷ୍ଟମ

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଦକ୍ଷିଣ ଚାଇନା ସାଗର ଅଞ୍ଚଳରୁ ଆଉ ଏକ ପାଣିପାଗ ସିଷ୍ଟମ ଆସୁଥିବାର ସୂଚନା ମିଳୁଛି। ବର୍ତ୍ତମାନ ଏହି ସିଷ୍ଟମର ଗତିପଥ ଓ ପରବର୍ତ୍ତୀ ରୂପ ନେଇ ସ୍ପଷ୍ଟତା ନଥିବାରୁ ଏହା ଉପରେ ନଜର ରଖାଯାଇଛି।

ସମ୍ଭାବନା ଅନୁଯାୟୀ, ୧୩ରୁ ୧୪ ସେପ୍ଟେମ୍ବର ଆଡ଼କୁ ସିଷ୍ଟମଟି ଘନୀଭୂତ ହୋଇପାରେ। ପରିସ୍ଥିତି ଅନୁକୂଳ ରହିଲେ ଏହା ଲଘୁଚାପର ରୂପ ନେଇପାରେ। ଆହୁରି ଘନୀଭୂତ ହେଲେ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି।

ତେଣୁ ଆଗାମୀ ଦିନରେ ରାଜ୍ୟର ପାଣିପାଗରେ ଆହୁରି ପରିବର୍ତ୍ତନ ଆସିପାରେ। ବର୍ଷାର ପରିମାଣ, ସିଷ୍ଟମର ଗତିପଥ ଓ ଏହାର ତୀବ୍ରତା ନେଇ ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ନଜର ରହିବ।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor