ପରକିଆ ପ୍ରୀତି ହେଲା କାଳ,ଡେରିରେ ଘରକୁ ଫେରୁଥିଲେ ସ୍ୱାମୀ, ସନ୍ଦେହରେ ପିଛା କରି ପହଞ୍ଚିଲେ ସ୍ତ୍ରୀ;

Spread the love      ଭୁବନେଶ୍ୱର, ୦୯/୦୯: ପ୍ରେମରୁ ଆରମ୍ଭ ହୋଇଥିଲା ସମ୍ପର୍କ। ପରେ ବିବାହ, ତା’ପରେ ସନ୍ତାନ। କିନ୍ତୁ ସମୟ ଗଡ଼ିବା ସହ ବଦଳିଗଲା ଦାମ୍ପତ୍ୟ ସମ୍ପର୍କର ସମୀକରଣ। ସ୍ୱାମୀଙ୍କ ରାତିରେ ବିଳମ୍ବରେ ଘରକୁ ଫେରିବା ନେଇ ସ୍ତ୍ରୀଙ୍କ ମନରେ ବଢ଼ିଲା ସନ୍ଦେହ। ଶେଷରେ ସନ୍ଦେହ ଦୂର କରିବାକୁ ସ୍ୱାମୀଙ୍କ ପିଛା କରି କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ ସ୍ତ୍ରୀ। ଟାଟୋ ଦୋକାନରେ ଅନ୍ୟ ଯୁବତୀଙ୍କ ସହ ସ୍ୱାମୀଙ୍କୁ ଦେଖିବା ପରେ ଘଟଣା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଡମଣା…

Spread the love

ଭୁବନେଶ୍ୱର, ୦୯/୦୯: ପ୍ରେମରୁ ଆରମ୍ଭ ହୋଇଥିଲା ସମ୍ପର୍କ। ପରେ ବିବାହ, ତା’ପରେ ସନ୍ତାନ। କିନ୍ତୁ ସମୟ ଗଡ଼ିବା ସହ ବଦଳିଗଲା ଦାମ୍ପତ୍ୟ ସମ୍ପର୍କର ସମୀକରଣ। ସ୍ୱାମୀଙ୍କ ରାତିରେ ବିଳମ୍ବରେ ଘରକୁ ଫେରିବା ନେଇ ସ୍ତ୍ରୀଙ୍କ ମନରେ ବଢ଼ିଲା ସନ୍ଦେହ। ଶେଷରେ ସନ୍ଦେହ ଦୂର କରିବାକୁ ସ୍ୱାମୀଙ୍କ ପିଛା କରି କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ ସ୍ତ୍ରୀ। ଟାଟୋ ଦୋକାନରେ ଅନ୍ୟ ଯୁବତୀଙ୍କ ସହ ସ୍ୱାମୀଙ୍କୁ ଦେଖିବା ପରେ ଘଟଣା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଡମଣା ଅଞ୍ଚଳର ଜଣେ ମହିଳା।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଗୁଜରାଟର ବାସିନ୍ଦା। ଡମଣା ଅଞ୍ଚଳରେ ପରିବାର ସହ ଭଡ଼ା ଘରେ ରହୁଥିବା ସମୟରେ ପ୍ରାୟ ତିନିବର୍ଷ ତଳେ ତାଙ୍କର ଜଣେ ଗୁଜରାଟୀ ଯୁବକଙ୍କ ସହ ପରିଚୟ ହୋଇଥିଲା। ଧୀରେ ଧୀରେ ଏହି ପରିଚୟ ପ୍ରେମ ସମ୍ପର୍କର ରୂପ ନେଇଥିଲା। ପରେ ଉଭୟ ବିବାହ କରିବା ସହ କୋର୍ଟ ମ୍ୟାରେଜ୍‌ ମଧ୍ୟ କରିଥିଲେ। ଆରମ୍ଭରେ ଦାମ୍ପତ୍ୟ ଜୀବନ ସ୍ୱାଭାବିକ ଥିଲା ବୋଲି ମହିଳା ଅଭିଯୋଗରେ କହିଛନ୍ତି।

ତେବେ ପୁଅ ଜନ୍ମ ହେବାର ପ୍ରାୟ ୬ ମାସ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ସ୍ୱାମୀ ତାଙ୍କୁ ବିଭିନ୍ନ ପ୍ରକାରରେ ନିର୍ଯାତନା ଦେଉଥିବା ମହିଳା ଅଭିଯୋଗ କରିଛନ୍ତି। ଏହା ସହ ସ୍ୱାମୀ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖୁଥିବା ନେଇ ମଧ୍ୟ ତାଙ୍କର ସନ୍ଦେହ ହୋଇଥିଲା।

ସ୍ୱାମୀ ପ୍ରତିଦିନ ବିଳମ୍ବିତ ରାତିରେ ଘରକୁ ଫେରୁଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଶେଷରେ ଗତକାଲି ରାତିରେ ସେ ସ୍ୱାମୀଙ୍କ ପିଛା କରି ଡମଣା ଛକ ନିକଟରେ ଥିବା ତାଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ସେଠାରେ ସ୍ୱାମୀଙ୍କୁ ଅନ୍ୟ ଯୁବତୀଙ୍କ ସହ ଦେଖିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ କହିବା ଅନୁସାରେ, ବିରୋଧ କରିବାରୁ ସ୍ୱାମୀ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ସେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ୱାମୀ ସେଠାରୁ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି।

ଘଟଣା ପରେ ମହିଳା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଅଭିଯୋଗର ସତ୍ୟତା ଓ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor