ଓଡ଼ିଶା ବଜାରରେ ନକଲି ଏନ୍‌ସିଇଆର୍‌ଟି ବହି! ସରକାରୀ ଯୋଗାଣରେ ବିଳମ୍ବର ଫାଇଦା ନେଉଛନ୍ତି ଅସାଧୁ ଭେଣ୍ଡର

Spread the love      ଭୁବନେଶ୍ୱର, ୨୧/୦୮: ଓଡ଼ିଶାରେ ନକଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିକ୍ରିକୁ ନେଇ ଚିନ୍ତା ବଢ଼ିଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାର ଅନେକ ମାସ ପରେ ମଧ୍ୟ ନବମ ଶ୍ରେଣୀର ନୂଆ ଏନ୍‌ସିଇଆର୍‌ଟି ପୁସ୍ତକ ଠିକ୍ ସମୟରେ ବଜାରରେ ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି। ଏହି ସୁଯୋଗର ଫାଇଦା ନେଇ କିଛି ଅସାଧୁ ପ୍ରକାଶକ ଓ ଭେଣ୍ଡର ଅବିକଳ ଦେଖାଯାଉଥିବା ନକଲି ଏନ୍‌ସିଇଆର୍‌ଟି ବହି ବଜାରରେ ବିକ୍ରି କରୁଥିବା ଅଭିଯୋଗ ଉଠିଛି। ଏନ୍‌ସିଇଆର୍‌ଟି ଲୋଗୋ ଲଗାଇ ବିକ୍ରି ହେଉଛି…

Spread the love

ଭୁବନେଶ୍ୱର, ୨୧/୦୮: ଓଡ଼ିଶାରେ ନକଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିକ୍ରିକୁ ନେଇ ଚିନ୍ତା ବଢ଼ିଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାର ଅନେକ ମାସ ପରେ ମଧ୍ୟ ନବମ ଶ୍ରେଣୀର ନୂଆ ଏନ୍‌ସିଇଆର୍‌ଟି ପୁସ୍ତକ ଠିକ୍ ସମୟରେ ବଜାରରେ ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି। ଏହି ସୁଯୋଗର ଫାଇଦା ନେଇ କିଛି ଅସାଧୁ ପ୍ରକାଶକ ଓ ଭେଣ୍ଡର ଅବିକଳ ଦେଖାଯାଉଥିବା ନକଲି ଏନ୍‌ସିଇଆର୍‌ଟି ବହି ବଜାରରେ ବିକ୍ରି କରୁଥିବା ଅଭିଯୋଗ ଉଠିଛି।

ଏନ୍‌ସିଇଆର୍‌ଟି ଲୋଗୋ ଲଗାଇ ବିକ୍ରି ହେଉଛି ନକଲି ବହି!

ଜାତୀୟ ଶିକ୍ଷା ନୀତି-୨୦୨୦କୁ ଆଧାର କରି ଏନ୍‌ସିଇଆର୍‌ଟି ପକ୍ଷରୁ ନବମ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇଥିଲେ ମଧ୍ୟ ପୁସ୍ତକ ଯୋଗାଣରେ ବିଳମ୍ବ ହୋଇଥିଲା।

ଏହି ଅଭାବର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଏନ୍‌ସିଇଆର୍‌ଟିର ଲୋଗୋ, ସ୍କାନ କୋଡ୍ ଓ ମଲାଟକୁ ନକଲ କରି ଜାଲ୍ ପାଠ୍ୟପୁସ୍ତକ ଛପାଇଥିବା ଅଭିଯୋଗ ହୋଇଛି। ଦେଖିବାକୁ ଅସଲି ପରି ଲାଗୁଥିବା ଏହି ବହି କିଣି ଏବେ ହରଡ଼ଘଣାରେ ପଡ଼ୁଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ନକଲି ବହିରେ ମାଳମାଳ ଭୁଲ୍, ବଦଳି ଯାଇଛି ମାନଚିତ୍ର!

ଅଭିଯୋଗ ଅନୁସାରେ, ବଜାରରେ ବିକ୍ରି ହେଉଥିବା କିଛି ନକଲି ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ଅନେକ ତ୍ରୁଟି ରହିଛି। ବିଶେଷକରି ପୃଥିବୀର ମାନଚିତ୍ରରେ ଅନେକ ଭୁଲ୍ ଥିବା ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

କେଉଁଠି ଭାରତ ମହାସାଗର ସ୍ଥାନରେ ଅନ୍ୟ ମହାସାଗରର ନାମ ଲେଖାଯାଇଥିବା ବେଳେ, କେଉଁଠି ଦେଶର ନାମ ଓ ସ୍ଥାନରେ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ହୋଇଛି। ଏପରିକି ‘India’ ଶବ୍ଦର ବନାନରେ ମଧ୍ୟ ତ୍ରୁଟି ଥିବା କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏନ୍‌ସିଇଆର୍‌ଟିର ଅଧିକୃତ ୱେବସାଇଟ୍‌ରେ ଉପଲବ୍ଧ ପାଠ୍ୟପୁସ୍ତକ ଏବଂ ଅଧିକୃତ ଭାବେ ମୁଦ୍ରିତ ପୁସ୍ତକରେ ଏଭଳି ତ୍ରୁଟି ନଥିବା କୁହାଯାଉଛି। ଏଥିରୁ ବଜାରରେ ମିଳୁଥିବା କିଛି ପୁସ୍ତକର ସତ୍ୟତାକୁ ନେଇ ସନ୍ଦେହ ବଢ଼ିଛି।

ଏକା ମଲାଟ, ହେଲେ ପୃଷ୍ଠା ସଂଖ୍ୟା ଅଲଗା!

ବାଲେଶ୍ୱର ସହରର କିଛି ପୁସ୍ତକ ଦୋକାନରେ ଯାଞ୍ଚ ବେଳେ ଆହୁରି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିବା ଦାବି ହୋଇଛି। ଦେଖିବାକୁ ସମସ୍ତ ବହିର ମଲାଟ ପ୍ରାୟ ସମାନ ଥିଲେ ମଧ୍ୟ ପୃଷ୍ଠା ସଂଖ୍ୟା ଭିନ୍ନ ଭିନ୍ନ ରହିଥିଲା।

କେଉଁଠି ୨୪୮ ପୃଷ୍ଠା, କେଉଁଠି ୨୨୦ ପୃଷ୍ଠା ତ ଆଉ କେଉଁଠି ୨୧୬ ପୃଷ୍ଠାର ବହି ମିଳିଥିବା ଅଭିଯୋଗ ହୋଇଛି। ଏହା ପରେ ଛାତ୍ରଛାତ୍ରୀ ପଢ଼ୁଥିବା ବହି ଅସଲି କି ନକଲି, ତାହାକୁ ନେଇ ଚିନ୍ତା ବଢ଼ିଛି।

ଜୁନ୍ ୨୪ରେ ସତର୍କ କରିଥିଲା ଏନ୍‌ସିଇଆର୍‌ଟି

ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ନକଲି କପି ବଜାରରେ ବିକ୍ରି ହେଉଥିବା ନେଇ ଏନ୍‌ସିଇଆର୍‌ଟି ପୂର୍ବରୁ ସତର୍କ କରିଥିଲା। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ କେବଳ ଅଧିକୃତ ବିକ୍ରୟ କେନ୍ଦ୍ର, ଅନୁମୋଦିତ ଭେଣ୍ଡର ଏବଂ ଏନ୍‌ସିଇଆର୍‌ଟିର ଅଧିକୃତ ମାଧ୍ୟମରୁ ପୁସ୍ତକ କିଣିବାକୁ ପରାମର୍ଶ ଦିଆଯାଇଥିଲା।

ଦେଶରେ ଏନ୍‌ସିଇଆର୍‌ଟି ପୁସ୍ତକ ବିକ୍ରି ପାଇଁ ଶତାଧିକ ଅଧିକୃତ ଭେଣ୍ଡର ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁମୋଦିତ ବିକ୍ରେତା ଚିହ୍ନଟ ହୋଇଛନ୍ତି। ତଥାପି ବଜାରରେ ନକଲି ବହି କିପରି ପହଞ୍ଚିଲା ଏବଂ ଏହାର ଉତ୍ସ କେଉଁଠି, ତାହାକୁ ନେଇ ପ୍ରଶ୍ନ ଉଠିଛି।

କେବେ ହେବ କାର୍ଯ୍ୟାନୁଷ୍ଠାନ?

ନକଲି ପାଠ୍ୟପୁସ୍ତକ ବିକ୍ରି ଏକ ଗୁରୁତର ବିଷୟ। ଏହା କେବଳ ଅଭିଭାବକଙ୍କ ଟଙ୍କାର କ୍ଷତି କରୁନାହିଁ, ବରଂ ଭୁଲ୍ ତଥ୍ୟ ପଢ଼ିବା ଯୋଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ମଧ୍ୟ ପ୍ରଭାବିତ ହୋଇପାରେ।

ଶିକ୍ଷାବିତ୍‌ମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ନକଲି ପୁସ୍ତକ ଛପା ଓ ବିକ୍ରିରେ ସମ୍ପୃକ୍ତ ପ୍ରକାଶକ ଏବଂ ଭେଣ୍ଡରଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଏବେ ସବୁଠୁ ବଡ଼ ପ୍ରଶ୍ନ—ବଜାରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି ହେଉଥିବା ଅଭିଯୋଗ ପରେ ମଧ୍ୟ କେବେ ଆରମ୍ଭ ହେବ ଯାଞ୍ଚ? କେବେ ହେବ ଚଢ଼ଉ? ଆଉ କେବେ ଅସାଧୁ ଭେଣ୍ଡରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ?

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor