ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Spread the love      ଭୁବନେଶ୍ୱର, ୧୬/୦୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଲଘୁଚାପ ଗଠିତ ହୋଇଥିବାରୁ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇପାରେ। ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ୱର ଓ କଟକ ସମେତ କିଛି ସ୍ଥାନରେ ସକାଳୁ ବର୍ଷା…

Spread the love

ଭୁବନେଶ୍ୱର, ୧୬/୦୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଲଘୁଚାପ ଗଠିତ ହୋଇଥିବାରୁ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇପାରେ।

ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ୱର ଓ କଟକ ସମେତ କିଛି ସ୍ଥାନରେ ସକାଳୁ ବର୍ଷା ଜାରି ରହିଛି। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାକୁ ନେଇ ସତର୍କତା ଜାରି କରାଯାଇଛି।

ଲଘୁଚାପର ପ୍ରଭାବରେ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମେତ ପଶ୍ଚିମବଙ୍ଗ, ବାଂଲାଦେଶ ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ପବନର ବେଗ ବଢ଼ିପାରେ। ଏହି ସମୟରେ ପବନ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକାରେ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଫଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି। ସମୁଦ୍ରକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଏପଟେ ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ସହରାଞ୍ଚଳଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀ, ଯନ୍ତ୍ରପାତି ଓ ରାପିଡ୍ ରେସ୍ପନ୍ସ ଟିମ୍‌କୁ ପ୍ରସ୍ତୁତ ରଖିବା ସହ ଲୋକଙ୍କ ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ କୁହାଯାଇଛି।

ଆସନ୍ତା ୧୯ ଓ ୨୦ ଅଗଷ୍ଟ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଗଠନର ସମ୍ଭାବନା ନେଇ ମଧ୍ୟ ଆକଳନ ରହିଛି। ତେଣୁ ଆଗାମୀ କିଛି ଦିନ ଓଡ଼ିଶାର ପାଣିପାଗ ଉପରେ ନଜର ରଖିବା ଜରୁରୀ।

 

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor