ପାରିବାରିକ ବିବାଦକୁ ନେଇ ପଡ଼ୋଶୀଙ୍କୁ ଆକ୍ରମଣ, ଲୁହା ରଡ୍‌ରେ ମୁଣ୍ଡରେ ମାଡ଼; ଅଭିଯୁକ୍ତ ଗିରଫ

Spread the love      ବ୍ରହ୍ମପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ। ଏହି ଘଟଣା ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଅଞ୍ଚଳର ଗଣେଶନଗର ପ୍ରଥମ ଲେନ୍‌ରେ ଘଟିଛି। ପୋଲିସ ସୂଚନା ଅନୁସାରେ, ଗଣେଶନଗର ପ୍ରଥମ ଲେନ୍‌ର ଜଣେ ୨୨ ବର୍ଷୀୟ ଯୁବକ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର…

Spread the love

ବ୍ରହ୍ମପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ। ଏହି ଘଟଣା ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଅଞ୍ଚଳର ଗଣେଶନଗର ପ୍ରଥମ ଲେନ୍‌ରେ ଘଟିଛି।

ପୋଲିସ ସୂଚନା ଅନୁସାରେ, ଗଣେଶନଗର ପ୍ରଥମ ଲେନ୍‌ର ଜଣେ ୨୨ ବର୍ଷୀୟ ଯୁବକ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପଡ଼ୋଶୀ ତାଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ନିକଟରେ ଥିବା ଏକ ଷ୍ଟିଲ୍‌ ମାପିବା ରଡ୍‌ (ଗଜ)ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଘଟଣାର ପୂର୍ବରୁ ଅଭିଯୁକ୍ତଙ୍କ ଘରକୁ ଏକ ପାରିବାରିକ ମାମଲାକୁ ନେଇ ମହିଳା ଥାନାର ପୋଲିସ ଯାଇଥିଲେ। ଏହି ଘଟଣାକୁ ନେଇ ୧୨ ତାରିଖ ରାତିରେ ଅଭିଯୁକ୍ତ ଅଭିଯୋଗକାରୀଙ୍କ ମାଆଙ୍କ ସହ ଯୁକ୍ତିତର୍କ କରିଥିଲେ। ମାଆଙ୍କୁ ସୁରକ୍ଷା ଦେବା ପାଇଁ ଯୁବକ ଜଣକ ମଝିରେ ପଶିବାରୁ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଷ୍ଟିଲ୍‌ ରଡ ରେ ଆକ୍ରମଣ କରିଥିବା ପୋଲିସ କହିଛି।

ଆକ୍ରମଣରେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଅଭିଯୋଗ ପାଇବା ପରେ ବୈଦ୍ୟନାଥପୁର ଥାନା ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲା। ଏଥିସହ ଆକ୍ରମଣରେ ବ୍ୟବହୃତ ଷ୍ଟିଲ୍‌ ମାପିବା ରଡ୍‌କୁ ଜବତ କରାଯାଇଛି।

ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଗଣେଶନଗର ପ୍ରଥମ ଲେନ୍‌ର ୩୪ ବର୍ଷୀୟ ସୌମ୍ୟରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରିଛି।

ଏହି ମାମଲାରେ ବୈଦ୍ୟନାଥପୁର ଥାନାରେ କେସ୍‌ ନମ୍ବର ୪୮୧/୨୦୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ୧୩ ତାରିଖରେ କୋର୍ଟରେ ହାଜର କରାଯାଇଛି। ଘଟଣାର ପରବର୍ତ୍ତୀ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor