ଆବାସିକ ପ୍ଲାନ୍‌ରେ ବ୍ୟବସାୟ କଲେ ଟ୍ରେଡ୍ ଲାଇସେନ୍ସ ବାତିଲ୍, ୪୬୩୯ ପ୍ରତିଷ୍ଠାନ ଉପରେ ବିଏମ୍‌ସିର ନଜର

Spread the love      ଭୁବନେଶ୍ୱର, ୧୭/୦୮: ଭୁବନେଶ୍ୱରରେ ଆବାସିକ ପ୍ଲାନ୍‌ରେ ବ୍ୟବସାୟ କରୁଥିବା ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଏବେ କଡ଼ା ହେବ ବିଏମ୍‌ସି। ଆବାସିକ ପ୍ଲାନ୍‌ରେ ଅନୁମତି ନେଇ ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଉଥିବା ପ୍ରତିଷ୍ଠାନର ଟ୍ରେଡ୍ ଲାଇସେନ୍ସ ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଏମ୍‌ସିର ୩ଟି ଜୋନ୍‌ର ଜୋନାଲ କମିଶନରଙ୍କୁ ଯାଞ୍ଚ କରି ପଦକ୍ଷେପ ନେବାକୁ କୁହାଯାଇଛି। ବିଏମ୍‌ସି ଅଞ୍ଚଳରେ ଏଭଳି ପ୍ରାୟ ୪୬୩୯ଟି ବାଣିଜ୍ୟିକ ପ୍ରତିଷ୍ଠାନ ଚିହ୍ନଟ ହୋଇଛି। ଆବାସିକ ପ୍ଲାନ୍‌ରେ ଅନୁମୋଦନ ନେଇ ଏହି ପ୍ରତିଷ୍ଠାନଗୁଡ଼ିକ…

Spread the love

ଭୁବନେଶ୍ୱର, ୧୭/୦୮: ଭୁବନେଶ୍ୱରରେ ଆବାସିକ ପ୍ଲାନ୍‌ରେ ବ୍ୟବସାୟ କରୁଥିବା ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଏବେ କଡ଼ା ହେବ ବିଏମ୍‌ସି। ଆବାସିକ ପ୍ଲାନ୍‌ରେ ଅନୁମତି ନେଇ ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଉଥିବା ପ୍ରତିଷ୍ଠାନର ଟ୍ରେଡ୍ ଲାଇସେନ୍ସ ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଏମ୍‌ସିର ୩ଟି ଜୋନ୍‌ର ଜୋନାଲ କମିଶନରଙ୍କୁ ଯାଞ୍ଚ କରି ପଦକ୍ଷେପ ନେବାକୁ କୁହାଯାଇଛି।

ବିଏମ୍‌ସି ଅଞ୍ଚଳରେ ଏଭଳି ପ୍ରାୟ ୪୬୩୯ଟି ବାଣିଜ୍ୟିକ ପ୍ରତିଷ୍ଠାନ ଚିହ୍ନଟ ହୋଇଛି। ଆବାସିକ ପ୍ଲାନ୍‌ରେ ଅନୁମୋଦନ ନେଇ ଏହି ପ୍ରତିଷ୍ଠାନଗୁଡ଼ିକ ବ୍ୟବସାୟ କରୁଥିବା ନେଇ ବିଏମ୍‌ସି ପୂର୍ବରୁ ତାଲିକା ପ୍ରସ୍ତୁତ କରିଛି। ଏହି ସମ୍ପର୍କରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ ହୋଇଥିବା ଜଣାପଡ଼ିଛି।

ଏବେ ଏହି ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯିବ। ନିୟମ ଉଲ୍ଲଂଘନ କରି ବ୍ୟବସାୟ ଚାଲୁଥିବା ବଡ଼ ପ୍ରତିଷ୍ଠାନଗୁଡ଼ିକୁ ସିଲ୍ କରାଯିବା ସହ ଟ୍ରେଡ୍ ଲାଇସେନ୍ସ ମଧ୍ୟ ବାତିଲ୍ ହୋଇପାରେ।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ପ୍ରାୟ ୧୩୮୦ଟି ପ୍ରତିଷ୍ଠାନ ରହିଛି। ସହିଦନଗର ଓ ବାପୁଜିନଗର ଭଳି ଅଞ୍ଚଳରେ ଟ୍ରେଡ୍ ଲାଇସେନ୍ସ ବାତିଲ୍ ଅଭିଯାନକୁ ଜୋରଦାର କରାଯାଇଛି। ସେହିପରି ଉତ୍ତର ଜୋନ୍‌ରେ ୧୭୧୨ଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୫୪୦ଟି ଦୋକାନ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି।

କେବଳ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନୁହେଁ, ଭୁବନେଶ୍ୱରରେ ଚାଲୁଥିବା ଘରୋଇ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ଉପରେ ମଧ୍ୟ ଯାଞ୍ଚ ହେବ। ବିଏମ୍‌ସି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଦେଇ ଭୁବନେଶ୍ୱରରେ ଥିବା ବେସରକାରୀ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରର ତାଲିକା ମଗାଯାଇଛି। ଏହି ଅନୁଷ୍ଠାନଗୁଡ଼ିକ ପାଖରେ ବୈଧ ପ୍ଲାନ୍ ଅନୁମୋଦନ ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ।

ଏହାସହ ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକର ତାଲିକା ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ତେଣୁ ଆଗାମୀ ଦିନରେ ଆବାସିକ ପ୍ଲାନ୍‌ରେ ଚାଲୁଥିବା ବ୍ୟବସାୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନ ଉପରେ ବିଏମ୍‌ସିର ଯାଞ୍ଚ ଆହୁରି ବଢ଼ିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor