ବ୍ରହ୍ମପୁରରେ ଚେନ୍ ଲୁଟ୍‌: ଦମ୍ପତିଙ୍କ ପିଛା କରି ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

Spread the love      ସୁନା ଚେନ୍‌ ପିନ୍ଧି ରାତିରେ ଅନ୍ଧାର ରାସ୍ତାରେ ଯାଉଛନ୍ତି କି? ତାହେଲେ ସାବଧାନ। ବ୍ରହ୍ମପୁର ସହରରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ପିଛା କରି ସୁଯୋଗ ଦେଖି ଚେନ୍‌ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ଲୁଟେରା। ଏଭଳି ଏକ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ମ ଲେନ୍‌ ଏକ୍ସଟେନ୍‌ସନ୍‌ରେ ଗତ ରାତି ପ୍ରାୟ ୯ଟା ୪୫…

Spread the love

ସୁନା ଚେନ୍‌ ପିନ୍ଧି ରାତିରେ ଅନ୍ଧାର ରାସ୍ତାରେ ଯାଉଛନ୍ତି କି? ତାହେଲେ ସାବଧାନ। ବ୍ରହ୍ମପୁର ସହରରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ପିଛା କରି ସୁଯୋଗ ଦେଖି ଚେନ୍‌ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ଲୁଟେରା। ଏଭଳି ଏକ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।

ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ମ ଲେନ୍‌ ଏକ୍ସଟେନ୍‌ସନ୍‌ରେ ଗତ ରାତି ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ଏକ ଦମ୍ପତି ରାସ୍ତାରେ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ମୋଟରସାଇକେଲ୍‌ରେ ଆସି ଦମ୍ପତିଙ୍କ ପିଛା କରିଥିଲେ। ସୁଯୋଗ ଦେଖି ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଦୁଇ ଯୁବକ ମୋଟରସାଇକେଲ୍‌ରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଘଟଣା ପରେ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ରାତି ସମୟରେ ଅପରିଚିତ ବ୍ୟକ୍ତି କିମ୍ବା ବାଇକ୍‌ ଆରୋହୀ ପିଛା କରୁଥିବା ଅନୁଭବ ହେଲେ ସତର୍କ ରହିବା ସହ ନିରାପଦ ସ୍ଥାନକୁ ଯିବା ଆବଶ୍ୟକ। ଚେନ୍‌ ଲୁଟ୍‌ ଭଳି ଘଟଣା ରୋକିବା ପାଇଁ ରାତିରେ ଯାତାୟାତ ସମୟରେ ସଚେତନ ରହିବା ଜରୁରୀ।

 

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor