ଭୁବନେଶ୍ୱର, ୧୭/୦୮: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସୋମବାର ହେବାକୁ ଥିବା ଚତୁର୍ଥ ସେମିଷ୍ଟରର କିଛି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ସେଲ୍ଫ ଫାଇନାନ୍ସ କଲେଜଗୁଡ଼ିକରେ ଚତୁର୍ଥ ସେମିଷ୍ଟର ପରୀକ୍ଷା ଚାଲିଥିଲା। ସୋମବାର ସ୍ନାତକ, ବିଏସ୍ସି, ଆଇଟିଏମ୍, ବିଏସ୍ସି କମ୍ପ୍ୟୁଟର ସାଇନ୍ସ ଓ ବିଏଡ୍ (ୟୁଡିଟିଇ)ର ପରୀକ୍ଷା ହେବାର ଥିଲା।
କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଯାତାୟାତ ଓ ଯୋଗାଯୋଗ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି।
ଘୁଞ୍ଚାଯାଇଥିବା ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରାଯିବ। ଏନେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ତୁରନ୍ତ ସୂଚନା ଦେବାକୁ ସମସ୍ତ ସମ୍ପୃକ୍ତ କଲେଜକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।














