ଆସିକା: ମହିଳା ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ତେଜିଛି ରାଜନୀତି। ଆସିକାରୁ ଆରମ୍ବ ହୋଇଥିବା ଉସ୍ମତା ଏବେ ରାଜଧାନି ରେ ପହଞ୍ଚିଛି ..ସମିିତି ବୈଠକରେ ଆସିକା ବିଧାୟକ ଶରଜ ପାଢିଙ୍କ ପୁଅ ଜଣେ ମହିଳା ସରପଞ୍ଚଙ୍କୁ ଖରାପ ଆଚରଣ ସହ ଅସଭ୍ୟ ଭାସାରେ ଗାଳି ଗୁଲଜ କରିବାର ଭିଡିଓ ଲୋକ ଲୋଚନ କୁ ଆସିଥିଲା.. ଖୋଦ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିବା ପରେ ସମସ୍ତ ସରପଞ୍ଚ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ..ହେଲେ ପୋଲିସ ର ଢିଲ୍ଲା କର୍ଯ୍ୟାନୁଷ୍ଟାନ ଅଭିଜୁକ୍ତ ଙ୍କୁ ଆହୁରି ଶକ୍ତ କରିଛି …ବିଧାୟକଙ୍କ ସମର୍ଥକ ମାନେ ମହିଳା ଶରପଞ୍ଚ ଓ ଆସିକାର ପୁର୍ବତନ ବିଧାୟୀକା ଙ୍କ ଏ ଆଇ ସାହାରାରେ ଫୋଟ କୁ ବିକୃତ ଅ ଅସ୍ଳିଳ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି …ଜାହା ତାଙ୍କ ସମ୍ମାନ ଉପରକୁ ଆଞ୍ଚ ଆସିବା ସହ ଚରିତ୍ର ସଂଘାର କରାଯାଉଥିବା ନେଇ ମଧ୍ୟ ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି …ହେଲେ ବିଧାୟକଙ୍କ ତାପରେ ଆସି ପୋଲିସ ହାତରେ ହାତ ବାନ୍ଧି ବସିଥିବା ବିଜେଡି ମହିଳା ମୋର୍ସା ଦାବି କରିଛି .. ଘଟଣାରେ ଆସିକା ବିଧାୟକଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସିଧାସଳଖ ମୁହଁ ଖୋଲିଛି ବିଜୁ ଜନତା ଦଳ (ବିଜେଡି)। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦଳ ଦାବି କରିଛି।
ବିଜେଡିର ଅଭିଯୋଗ ଅନୁସାରେ, ଜଣେ ମହିଳା ସରପଞ୍ଚଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଆସିକା ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ପୁଅ ଙ୍କ ନାଁ ଆସିଥିବାରୁ ତାଙ୍କ ବିରୋଧରେ ଆଇନ ଅନୁସାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ। କେହି ଜଣେ ବିଧାୟକଙ୍କ ପୁଅ ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଉଚିତ୍ ନୁହେଁ। ମହିଳା ସରପଞ୍ଚଙ୍କୁ ନ୍ୟାୟ ମିଳିବା ସହ ଘଟଣାରେ ଯିଏ ଦୋଷୀ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏହି ଘଟଣା ପରେ ମହିଳା ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପଟେ ବିଧାୟକଙ୍କ ପୁଅଙ୍କ ଗିରଫ ଦାବିକୁ ନେଇ ରାଜନୈତିକ ମାହୋଲ ଗରମ ହେବାରେ ଲାଗିଛି। ଘଟଣାରେ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର।












