କ୍ୟାମ୍ପସରେ ରାଜନୀତିର ତାତି! ଉତ୍କଳ, ବିଜେବି ପରେ ରାଜଧାନୀ କଲେଜରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ

Spread the love      ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ପାଠପଢ଼ା ପରିବେଶ ନା ଗୋଷ୍ଠୀ ଶକ୍ତିର ପ୍ରଦର୍ଶନ? ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ରାଜନୀତିକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରେ ଏବେ ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ବୁଧବାର ରାଜଧାନୀ କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ…

Spread the love

ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ପାଠପଢ଼ା ପରିବେଶ ନା ଗୋଷ୍ଠୀ ଶକ୍ତିର ପ୍ରଦର୍ଶନ? ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ରାଜନୀତିକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରେ ଏବେ ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି।

ବୁଧବାର ରାଜଧାନୀ କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଶତାଧିକ ଛାତ୍ର ଖଣ୍ଡଗିରି ଥାନାରେ ପହଞ୍ଚି ପୁଲିସର ସୁରକ୍ଷା ଦାବି କରିଥିଲେ।

ଛାତ୍ର ଚନ୍ଦନ ସାହୁଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ପାଠପଢ଼ା ଚାଲିଥିବା ସମୟରେ କିଛି ଅଣଛାତ୍ର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ଚନ୍ଦନ ଓ ତାଙ୍କ ସାଙ୍ଗମାନଙ୍କ ସହ ସେମାନଙ୍କର ବଚସା ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଘଟଣା ଦେଖି କ୍ୟାମ୍ପସରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟ ଛାତ୍ରଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବାକୁ କ୍ଲାସରୁମ୍‌କୁ ଚାଲିଯାଇଥିଲେ। ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ କଲେଜରେ ପହଞ୍ଚି ଦୁଇଜଣ ଅଣଛାତ୍ରଙ୍କୁ ଥାନାକୁ ନେଇଥିଲା। ଏନେଇ ଚନ୍ଦନ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ତେବେ ରାଜଧାନୀ କଲେଜର ଏହି ଘଟଣା ଏକାକୀ ନୁହେଁ। ଏହା ପୂର୍ବରୁ ବିଜେବି କଲେଜରେ ମଧ୍ୟ ଗଣ୍ଡଗୋଳକୁ ନେଇ ପରିସ୍ଥିତି ଉଷ୍ମ ହୋଇଥିଲା। ଆମ୍ବେଦକର ଛାତ୍ରାବାସ ନିକଟରେ ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ପରେ ପୁଲିସ ପ୍ରାୟ ୪୦ ଜଣ ଛାତ୍ରଙ୍କ ନାଁରେ ମାମଲା କରିଥିବା ଜଣାପଡ଼ିଛି। କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ମୁତୟନ କରାଯାଇଛି।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୂର୍ବରୁ ଗଣ୍ଡଗୋଳ ଘଟିଛି। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଶିକ୍ଷାନୁଷ୍ଠାନ ହେଉଛି ଯୁବପିଢ଼ିର ଭବିଷ୍ୟତ ଗଢ଼ିବାର ସ୍ଥାନ। ତେଣୁ କ୍ୟାମ୍ପସରେ ଗୋଷ୍ଠୀ ସଂଘର୍ଷ ନୁହେଁ, ଶିକ୍ଷା, ସୁରକ୍ଷା ଓ ସୁସ୍ଥ ଛାତ୍ର ରାଜନୀତିର ପରିବେଶ ରହିବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor