ବ୍ରହ୍ମପୁର: ପୋଲିସ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର କାର୍ଯ୍ୟ ଚାଲି ଥିବା ବେଲେ ବାଟରେ କଣ୍ଟା ସାଜି ଏବେ ବନ୍ଧା ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର… ଦୁଇ ନାବାଳକଙ୍କୁ ଉଦ୍ଧାର କରି ଆଇନଗତ ପ୍ରକ୍ରିୟା ପାଇଁ ଥାନାକୁ ନେବା ସମୟରେ ପୁଲିସ ଟିମ୍କୁ ବିରୋଧ କରାଯିବା ସହ ଡ୍ୟୁଟିରେ ଥିବା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଦିଆଯାଇଥିବା ନେଇ ନିଜେ ପୋଲିସ ବାବୁ ଅଭିଯୋଗ କରିବା ପରେ ଗୋପାଳପୁର ପୋଲିସ ସୋମନାଥ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା…ଗୋପାଳପୁର ନିର୍ବାଚନ ମଣ୍ଡଳିର ବିଧାୟକ ତଥା ଖଣିମନ୍ତ୍ରୀ ଙ୍କ ଅନୁଗତ କୁହା ଯାଉଥିବା ବିଶ୍ବନାଥ କୁ ପୋଲିସ ବାନ୍ଧିବା ପରେ ଏବେ ଜିଲ୍ଲା ବିଜେପି ନେତାଙ୍କ ଅକଲ ଗୁଡୁମ …ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ନେତୃତ୍ୟରେ ମାଳ ମାଳ ଗାଡି ଧରି ଅନେକ ଜୁବ ନେତା ଓ କର୍ମି ରାଜଧାନି ଜାଇ ରାଜ୍ୟ ସଭାପତିଙ୍କୁ ଭେଟି ପୋଲିସ ବିରୋଧ ରେ ଅଭିଯୋଗ କରିଛନ୍ତି ….ଜାହା ଏବେ ସାଧାରଣରେ ଖୁବ ଚର୍ଚ୍ଚାର ବିସୟ ପାଲଟିଛି ….ଆଇନ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜିବା ସହ ଶିଶୁ ଶ୍ରମିକ ରୋକିବାକୁ ପ୍ରୟାସ କରୁଥିବା ପୋଲିସ ବିରୁଧରେ ବିଜେପି ଜୁବନେତା ପ୍ରତିବନ୍ଧକ ସାଜିଛନ୍ତି ହେଲେ କେଉଁ ମୁହଁ ରେ ଜିଲ୍ଲା ସଭାପତି ଏଭଳି ପୋଲିସ କୁ ଚାପ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ବୋଲି ବୁଦ୍ଧିଜିବି ମହଲରେ ଆଲୋଚନାର ବିସୟ ପାଲଟିଛି …ନୁଆ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁର୍ବରୁ ପୋଲିସ ଓ ପ୍ରଶାସନିକ ଅଧିକାରିଙ୍କୁ ଦଳିୟ ନେତାଙ୍କ ଆକ୍ରଶ ର ସିକାର ହେବାକୁ ପଡୁଛି …ଜାହାକୁ ନେଇ ସରକାର ଅନେକ ସମୟରେ ନିନ୍ଦିତ ହେବାକୁ ପଡୁଛି ..ଏଭଳି ପରିସ୍ଥିତିରେ ନିଜଦଳର ନେତା ଓ କର୍ମିଙ୍କୁ ସଚେତନ କରିବା ବଦଳରେ ତାଙ୍କ ସପକ୍ଷରେ ଛିଡା ହୋଇ ସିଷ୍ଟମ କୁ ଚାପଦେବା ଆଇନସୃଖଳା ପରିସ୍ଥିତିର ବାଟରେ କଣ୍ଟା ସଦୃଶ ବୋଲି କୁହାଯାଉଛି..
ସୂଚନାଯୋଗ୍ୟ, ସୋମନାଥ ପାତ୍ରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋପାଳପୁର ଥାନାରେ ଏକ ମାମଲା ରହିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ପୂର୍ବ ମାମଲାରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଥିବା କୁହାଯାଇଛି।
ଏହି ଘଟଣା ପରେ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ ଓ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି ଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପୁଲିସ ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।














