-

ବ୍ରହ୍ମପୁରରେ ଧୁମ୍ଧାମରେ ଗଣେଶ ପୂଜା, ୩୨ ଫୁଟର ଲାଲବାଗଚା ଗଣେଶକୁ ନେଇ ଜୋରଦାର ପ୍ରସ୍ତୁତି
ବ୍ରହ୍ମପୁର: ବ୍ରହ୍ମପୁର ଅଶୋକ ନଗରରେ ଧୁମ୍ଧାମରେ ହେବ ଗଣେଶ ପୂଜା। ପବିତ୍ର ସିଦ୍ଧି ବିନାୟକ ପୂଜା ଉତ୍ସବ ଅବସରରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଗଣେଶ ପୂଜା ଉତ୍ସବ। ଚଳିତବର୍ଷ ଏହି ପୂଜା ୧୯ ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ୩୨ ନମ୍ବର ୱାର୍ଡରେ ୩୨ ଫୁଟର ଲାଲବାଗଚା ଗଣେଶ ମୂର୍ତ୍ତି ଆୟୋଜନ କରାଯାଇଛି। ପୂଜା ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ସହ ବ୍ରହ୍ମପୁରର ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ…
-

ପରକିଆ ପ୍ରୀତି ହେଲା କାଳ,ଡେରିରେ ଘରକୁ ଫେରୁଥିଲେ ସ୍ୱାମୀ, ସନ୍ଦେହରେ ପିଛା କରି ପହଞ୍ଚିଲେ ସ୍ତ୍ରୀ;
ଭୁବନେଶ୍ୱର, ୦୯/୦୯: ପ୍ରେମରୁ ଆରମ୍ଭ ହୋଇଥିଲା ସମ୍ପର୍କ। ପରେ ବିବାହ, ତା’ପରେ ସନ୍ତାନ। କିନ୍ତୁ ସମୟ ଗଡ଼ିବା ସହ ବଦଳିଗଲା ଦାମ୍ପତ୍ୟ ସମ୍ପର୍କର ସମୀକରଣ। ସ୍ୱାମୀଙ୍କ ରାତିରେ ବିଳମ୍ବରେ ଘରକୁ ଫେରିବା ନେଇ ସ୍ତ୍ରୀଙ୍କ ମନରେ ବଢ଼ିଲା ସନ୍ଦେହ। ଶେଷରେ ସନ୍ଦେହ ଦୂର କରିବାକୁ ସ୍ୱାମୀଙ୍କ ପିଛା କରି କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ ସ୍ତ୍ରୀ। ଟାଟୋ ଦୋକାନରେ ଅନ୍ୟ ଯୁବତୀଙ୍କ ସହ ସ୍ୱାମୀଙ୍କୁ ଦେଖିବା ପରେ ଘଟଣା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଡମଣା ଅଞ୍ଚଳର ଜଣେ…
-

ଆଇନଜୀବୀଙ୍କ ଠାରୁ ୧.୪୦ କୋଟିର ଜମି ଠକେଇ ଅଭିଯୋଗ! ଜଣେ ଗିରଫ
ବ୍ରହ୍ମପୁରରେ ଚର୍ଚ୍ଚାରେ ୧ କୋଟି ୪୦ ଲକ୍ଷ ଟଙ୍କାର ଜମି ଠକେଇ ମାମଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ୫୧ ବର୍ଷୀୟ ସୂରଜ କୁମାର ମିଶ୍ର। ଏନେଇ ବ୍ରହ୍ମପୁର ଟାଉନ୍ ଥାନାରେ କେସ୍ ନମ୍ବର ୪୧୦, ତାରିଖ ୦୭.୦୯.୨୦୨୬ରେ BNS ଧାରା ୩୧୮(୪)/୩୧୬(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି ବ୍ରହ୍ମପୁର ଶାସ୍ତ୍ରୀ ନଗରର ୪୯…
-

ଟଙ୍କା ଥିଲା ଯାଏଁ ପ୍ରେମ! ଦୁବାଇରେ ଲିଭ୍-ଇନ୍ ପରେ ଭାରତରେ ପତ୍ନୀଙ୍କୁ ଏଡାଇଲେ ସ୍ୱାମୀ, ଥାନାରେ ପହଞ୍ଚିଲା ମାମଲା
ନୂଆଦିଲ୍ଲୀ: ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ପରିଚୟ। ପରିଚୟରୁ ବନ୍ଧୁତା, ଆଉ ବନ୍ଧୁତା ଧୀରେ ଧୀରେ ପରିଣତ ହୋଇଥିଲା ପ୍ରେମରେ। ଫେସବୁକ୍ରେ ଆରମ୍ଭ ହୋଇଥିବା ସେହି ସମ୍ପର୍କ ଦୁବାଇ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଲିଭ୍-ଇନ୍ରେ ରହିବା ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ହେଲେ ଏବେ ସେହି ପ୍ରେମ କାହାଣୀରେ ଆସିଛି ବଡ଼ ମୋଡ଼। ଦୁବାଇରେ ଗଢ଼ିଉଠିଥିବା ସମ୍ପର୍କ ଭାରତରେ ପହଞ୍ଚି ଥାନାର ଦ୍ୱାରରେ ହୋଇଛି। ଦୁବାଇରେ ଏକ ବଡ଼ ଆଇଟି କମ୍ପାନୀରେ ଉଚ୍ଚ…
-

ଚୋର ସନ୍ଦେହରେ ୪ ଜଣଙ୍କୁ ନିସ୍ତୁକ ମାଡ଼, ଘଟଣାସ୍ଥଳରେ ପହଞ୍ଚି ବଞ୍ଚାଇଦେଲା ପୋଲିସ
ଗଞ୍ଜାମ: ଅର୍ଦ୍ଧରାତ୍ରିରେ ଗାଁରେ ୪ ଯୁବକଙ୍କୁ ଦେଖି ଛେଳି ଚୋରି ସନ୍ଦେହ କରିଥିଲେ ଗ୍ରାମବାସୀ। ପରେ ସେମାନଙ୍କୁ କାବୁ କରି ମାଡ଼ ମାରିଥିବା ଅଭିଯୋଗ ଏବେ ଚର୍ଚ୍ଚାରେ। ଏଭଳି ଘଟଣା ହିଞ୍ଜିଳି ଥାନା ଅନ୍ତର୍ଗତ ଖଇରବେଠି ଗ୍ରାମରେ ଘଟିଥିବା ଜଣାପଡ଼ିଛି। ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା କୁହାଯାଉଛି। ସୂଚନା ଅନୁସାରେ, ରାତି ସମୟରେ ଗାଁରେ ୪ ଯୁବକ ବୁଲୁଥିବା ବେଳେ କିଛି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଛେଳି ଚୋରି କରିବା ଉଦ୍ଦେଶ୍ୟରେ…
-

ଭୁଶୁଡ଼ିବା ପୂର୍ବରୁ ଆକ୍ସନ୍ ! ୧୫ ଦିନରେ ଚିହ୍ନଟ ହେବ ବିପଦସଙ୍କୁଳ କୋଠା, ଫୋକସ୍ରେ କଟକ-ପୁରୀ
ଭୁବନେଶ୍ୱର, ୦୮/୦୯: ଏଣିକି ସହରରେ ବିପଦସଙ୍କୁଳ ଓ ଜରାଜୀର୍ଣ୍ଣ କୋଠାକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ। ଦୁର୍ଘଟଣା ଘଟିବା ପରେ ନୁହେଁ, ବରଂ ବିପଦ ଆସିବା ପୂର୍ବରୁ ହିଁ ନିଆଯିବ ପଦକ୍ଷେପ। ରାଜ୍ୟର ସହରାଞ୍ଚଳରେ ଥିବା ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ। ମାତ୍ର ୧୫ ଦିନ ମଧ୍ୟରେ ସନ୍ଦେହଜନକ କୋଠାଗୁଡ଼ିକର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ…
-

ଓଡ଼ିଶା ଜଙ୍ଗଲରେ ୫ ବିରଳ ଓରାଙ୍ଗଉଟାନ, ଇଣ୍ଟରନ୍ୟାସନାଲ ସ୍ମଗଲିଂ ସନ୍ଦେହ
ଭୁବନେଶ୍ବର: ଓଡିଶା ଜଙ୍ଗଲରୁ ବିରଳ ପ୍ରଜାତିର ଓରାଙ୍ଗଉଟାନ ଠାବ ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପ୍ରାଣୀ ସାଧାରଣତଃ ଭାରତର ଜଙ୍ଗଲରେ ଦେଖାଯାଆନ୍ତି ନାହିଁ, ସେହି ପ୍ରଜାତିର ୫ଟି ଓରାଙ୍ଗଉଟାନ ହଠାତ୍ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲରୁ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ। ସବୁଠୁ ବଡ଼ ପ୍ରଶ୍ନ ହେଲା—ଏହି ବିରଳ ପ୍ରାଣୀମାନେ ଓଡ଼ିଶାକୁ ଆସିଲେ କେଉଁଠୁ ଓ କିପରି? ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ…
-

କ୍ୟାନ୍ସର ଅପରେସନ୍ରେ ହରାଇଥିଲେ ଲିଙ୍ଗ, ମାଇକ୍ରୋଭାସ୍କୁଲାର ସର୍ଜରିରେ ମିଳିଲା ନୂଆ ଆଶା
କଟକ: କ୍ୟାନ୍ସର ଚିକିତ୍ସା ସମୟରେ ସମ୍ପୂର୍ଣ୍ଣ ଲିଙ୍ଗ ହରାଇଥିବା ଜଣେ ଯୁବକଙ୍କ ପାଇଁ ଆସିଛି ନୂଆ ଆଶା। ଆଧୁନିକ ମାଇକ୍ରୋଭାସ୍କୁଲାର ପୁନଃନିର୍ମାଣ ସର୍ଜରି ମାଧ୍ୟମରେ ତାଙ୍କର ପେନାଇଲ୍ ରିକନ୍ଷ୍ଟ୍ରକ୍ସନ୍ କରାଯାଇଛି। କ୍ୟାନ୍ସର ଯୋଗୁଁ ଅଙ୍ଗଟି ସମ୍ପୂର୍ଣ୍ଣ ଅପସାରଣ କରାଯାଇଥିବା ରୋଗୀଙ୍କ କ୍ଷେତ୍ରରେ ଏଭଳି ମାଇକ୍ରୋଭାସ୍କୁଲାର ପୁନଃନିର୍ମାଣ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ପଦକ୍ଷେପ ବୋଲି କୁହାଯାଉଛି। ଚାରି ବର୍ଷ ପୂର୍ବେ ଚିହ୍ନଟ ହୋଇଥିଲା କ୍ୟାନ୍ସର ପ୍ରାୟ ଚାରି ବର୍ଷ ପୂର୍ବେ ଅଙ୍କିତଙ୍କର ଲିଙ୍ଗରେ କ୍ୟାନ୍ସର ଚିହ୍ନଟ ହୋଇଥିଲା। ଏହାପରେ…
-

ରେବିଜ୍ ଟିକାକୁ ନେଇ ବଡ଼ ସତର୍କତା: ନକଲି ଟିକା ବ୍ୟବହାର ନକରିବାକୁ ଚେତାବନୀ
ନୂଆଦିଲ୍ଲୀ: ଦେଶରେ ରେବିଜ୍ ଟିକାକୁ ନେଇ ଏକ ଗୁରୁତର ସ୍ୱାସ୍ଥ୍ୟ ସତର୍କତା ଜାରି ହୋଇଛି। ରେବିଜ୍ ପ୍ରତିରୋଧ ପାଇଁ ବ୍ୟବହୃତ ଟିକାର ଏକ ସନ୍ଦିଗ୍ଧ ବା ନକଲି ବ୍ୟାଚ୍କୁ ନେଇ କର୍ତ୍ତୃପକ୍ଷ ରାଜ୍ୟଗୁଡ଼ିକୁ ସଚେତନ କରିଛନ୍ତି। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ମେଡିକାଲ୍ ସଂସ୍ଥାଗୁଡ଼ିକରେ ଟିକାର ଯାଞ୍ଚ ଓ ସତର୍କତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ରେବିଜ୍ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ପ୍ରାଣଘାତୀ ଭାଇରାଲ୍ ରୋଗ। ସାଧାରଣତଃ ସଂକ୍ରମିତ ପଶୁ, ବିଶେଷକରି କୁକୁର କାମୁଡ଼ିବା…
-

ଓଡ଼ିଶାରେ ପୁଣି ବର୍ଷାର ଆଶଙ୍କା, ୯ରୁ ବଢ଼ିବ ବର୍ଷାର ପ୍ରଭାବ
ଭୁବନେଶ୍ୱର, ୦୬/୦୯: ରାଜ୍ୟରେ ପୁଣି ସକ୍ରିୟ ହେବ ବର୍ଷା। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ପାଣିପାଗରେ ହେଉଥିବା ପରିବର୍ତ୍ତନ ଯୋଗୁଁ ୮ରୁ ୧୧ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଆସନ୍ତା ୯ ତାରିଖରୁ ବର୍ଷାର ତୀବ୍ରତା ବଢ଼ିପାରେ। କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି।…

Latest News


Stay Connected
Categories
- ଅପରାଧ (26)
- ଅର୍ଥନୀତି (5)
- ଅର୍ନ୍ତଜାତୀୟ (10)
- କଳା ଓ ସଂସ୍କୃତି (4)
- କ୍ରୀଡା (0)
- ଜାଣିବାକଥା (15)
- ଜାତୀୟ (30)
- ଦୁର୍ଘଟଣା (2)
- ଧର୍ମ (6)
- ପର୍ଯ୍ୟଟନ (5)
- ପାଣିପାଗ (8)
- ବାଣିଜ୍ୟ (8)
- ବିଜ୍ଞାନ (1)
- ବୈଦେଶିକ ବ୍ୟାପାର (1)
- ମନୋରଞ୍ଜନ (1)
- ରାଜନୀତି (9)
- ରାଜ୍ୟ (73)
- ରାଶିଫଳ (4)
- ଲାଇଫ ଷ୍ଟାଇଲ (13)
- ଶିକ୍ଷା (7)
- ସଂସ୍କୃତି (6)
- ସାମାଜିକ (9)
- ସାହିତ୍ୟ (2)
- ସ୍ୱତନ୍ତ୍ର (15)
- ସ୍ୱାସ୍ଥ୍ୟ (9)
You May Have Missed
















